STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ନ‌ହୁଅରେ ହୀନିମାନ

ନ‌ହୁଅରେ ହୀନିମାନ

1 min
227

       


ମନ ବଗିଚାରେ ଫୁଟିଛି ଗୋଲାପ

ସୁରଭିତ ହୁଏ ଜୀବନ

ମନ୍ଦ ମନ୍ଦ ବହେ ମଳୟ ମରୁତ

ହରଷେ ଉଲ୍ଲାସ ପରାଣ

    ଏମିତି

ହୁଅଇ ହୃଦୟ ଷ୍ପନ୍ଦନ  ।।


             ଫୁଟେ ନାନା ଜାତି ରଙ୍ଗର କୁସୁମ

             ସ୍ନେହ, ପ୍ରେମ,ଦ଼ୟା ଭାବରେ

             ପରମ ବୈରାଗ୍ୟ ଯଗାଏ ଜୀବନେ

             ସୁମନେ,ସୁମନ ପ୍ରକାରେ

                  ଏମିତି

             କହି ନୁହେଁ ତାହା ଭାଷାରେ ।।


ଉଡେ ପ୍ରଜାପତି ଚିତ୍ର ଡେଣା ଝାଡି

ଅନନ୍ତ ପ୍ରେମର ପ୍ରତୀକ

ପରାଣେ ଯାଗଇ ଦିବ୍ୟ ଭାବନା

ସାସ୍ଵତ ପ୍ରେମର ମହକ

   ଏମିତି

ପ୍ରେମ ଅମୃତ ର ପ୍ରତିକ ।।


        ମଧୂକର ଶବ୍ଦେ ଗୁଣୁଗୁଣୁ ଗୀତେ

        ମଧୂ ନେଉଥାନ୍ତି ଶୋଷି

        ତେମନ୍ତ ଏ ପ୍ରାଣ ଅନନ୍ତ ପ୍ରେମର

        ଦିବ୍ୟଜ୍ୟୋତି ରେ ବିଭାସି

           ଏମିତି

        ସ୍ନେହ ପ୍ରେମ ଦିଏ ପରସି ।।


ଏ ମନ ଚନ୍ଦନ ମନ ବୃନ୍ଦାବନ

ମନରେ ଗାଡିଆ ଗଙ୍ଗା

ଦାଶିଆ ବାଉରୀ ବଢା ଜାଉ ସାଗେ

ଦରଶନ କରେ ଜଗା

   ଏମିତି

ମନ ଦିଏ ନାହିଁ ଦଗା ।।


        ଏ ମଣିଷ ମନ ଦିବ୍ୟଜ୍ଞାନ ପୂର୍ଣ୍ଣ

        ତାହା ଅଟେ ବିହି ଦାନ

        ଅପଚୟ ତା’ର କରି ରେ ପାଗଳ

        ନହୁଅରେ ହୀନିମାନ

          ଏମିତି

        ମଧୂମୟ କର ଜୀବନ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍