ନହୁଅରେ ହୀନିମାନ
ନହୁଅରେ ହୀନିମାନ
ମନ ବଗିଚାରେ ଫୁଟିଛି ଗୋଲାପ
ସୁରଭିତ ହୁଏ ଜୀବନ
ମନ୍ଦ ମନ୍ଦ ବହେ ମଳୟ ମରୁତ
ହରଷେ ଉଲ୍ଲାସ ପରାଣ
ଏମିତି
ହୁଅଇ ହୃଦୟ ଷ୍ପନ୍ଦନ ।।
ଫୁଟେ ନାନା ଜାତି ରଙ୍ଗର କୁସୁମ
ସ୍ନେହ, ପ୍ରେମ,ଦ଼ୟା ଭାବରେ
ପରମ ବୈରାଗ୍ୟ ଯଗାଏ ଜୀବନେ
ସୁମନେ,ସୁମନ ପ୍ରକାରେ
ଏମିତି
କହି ନୁହେଁ ତାହା ଭାଷାରେ ।।
ଉଡେ ପ୍ରଜାପତି ଚିତ୍ର ଡେଣା ଝାଡି
ଅନନ୍ତ ପ୍ରେମର ପ୍ରତୀକ
ପରାଣେ ଯାଗଇ ଦିବ୍ୟ ଭାବନା
ସାସ୍ଵତ ପ୍ରେମର ମହକ
ଏମିତି
ପ୍ରେମ ଅମୃତ ର ପ୍ରତିକ ।।
ମଧୂକର ଶବ୍ଦେ ଗୁଣୁଗୁଣୁ ଗୀତେ
ମଧୂ ନେଉଥାନ୍ତି ଶୋଷି
ତେମନ୍ତ ଏ ପ୍ରାଣ ଅନନ୍ତ ପ୍ରେମର
ଦିବ୍ୟଜ୍ୟୋତି ରେ ବିଭାସି
ଏମିତି
ସ୍ନେହ ପ୍ରେମ ଦିଏ ପରସି ।।
ଏ ମନ ଚନ୍ଦନ ମନ ବୃନ୍ଦାବନ
ମନରେ ଗାଡିଆ ଗଙ୍ଗା
ଦାଶିଆ ବାଉରୀ ବଢା ଜାଉ ସାଗେ
ଦରଶନ କରେ ଜଗା
ଏମିତି
ମନ ଦିଏ ନାହିଁ ଦଗା ।।
ଏ ମଣିଷ ମନ ଦିବ୍ୟଜ୍ଞାନ ପୂର୍ଣ୍ଣ
ତାହା ଅଟେ ବିହି ଦାନ
ଅପଚୟ ତା’ର କରି ରେ ପାଗଳ
ନହୁଅରେ ହୀନିମାନ
ଏମିତି
ମଧୂମୟ କର ଜୀବନ ।।
