STORYMIRROR

Sandhyarani dash

Others

3  

Sandhyarani dash

Others

ନେଇ ଯିବ ସ୍ଵର୍ଗ ଦ୍ଵାର

ନେଇ ଯିବ ସ୍ଵର୍ଗ ଦ୍ଵାର

1 min
352

ନୟନ ର ଲୁହ ମାନୁ ନାହିଁ ବୋଲ

କି କରିବି ପ୍ରଭୁ କୁହ,

ଦୁଃଖ ପରେ ଦୁଃଖ ଦେଉଛ ଅଜାଡ଼ି

କେମିତି ସହିବି କୁହ।


ଦୁଃଖର ପାହାଡ଼ ଦେଉଛ ଦିଅ ହେ

ସହିବା ଶକ୍ତିକୁ ଦେଖ,

ତୁମ ଭାବନାରେ ଠିକ୍ ଅଛି ଯଦି

ଢାଳି ଦିଅ ସବୁ ଦୁଃଖ।


ମାୟା ବନ୍ଧନରେ ବାନ୍ଧି ଦେଲ ସିନା

ନିଜେ ମାୟା କରିଦେଲ,

ଧନ ସମ୍ପଦକୁ ମାଗି ନ ଥିଲି ମୁଁ

କିମ୍ପାଇଁ ଏପରି କଲ।


ଅନାଥର ନାଥ ଅହେ ଜଗନ୍ନାଥ

ଆକୁଳେ ଡାକେ ତୁମକୁ

ଖାଲି ହାତେ ମୋତେ ଫେରାଅନି ଆଉ

ନିନ୍ଦିବି ସବୁ ଦିନକୁ।


ଆହେ ଚକାଡୋଳା ବୁଡ଼ା ଅନି ଭେଳା

ନେ ଉଛ କେତେ ପରୀକ୍ଷା

ନେବ ସ୍ଵର୍ଗ ଦ୍ଵାର ଲଗାଇବ ଡୋର

ସରିବ ମୋର ପ୍ରତୀକ୍ଷା।

ସନ୍ଧ୍ୟା ରାଣୀ ଦାଶ

ସହକାରୀ ଶିକ୍ଷୟିତ୍ରୀ

ଜଗତ ସିଂହ ପୁର


Rate this content
Log in