STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ନଦୀ ବେଗବତୀ

ନଦୀ ବେଗବତୀ

1 min
380

  କଳ କଳ ନାଦେ

    ଛଳ ଛଳ ହୋଇ

   ଛଇଳା ଛଇଳୀ ନଈ

  ଝର ଝର ଝରି

  ଝରି ଯାଉଅଛି  କେତେ ଜନପଦ ଛୁଇଁ ।।

  କାଚ କେନ୍ଦୁ ସ୍ଵଚ୍ଛ

  ନୀଳ ଜଳରାଶି

   କି ଅବା ନୀଳ ଦର୍ପଣ

  ମୃଗାଙ୍କ, ମିହିର

  ସେ ନୀଳ ଦର୍ପଣେ  ହେଉଥାନ୍ତି ପ୍ରସାଧନ ।।

  କେତେ ଗିରି,ଦରୀ,

  ପ୍ରାନ୍ତର,କାନନ

  କ୍ଷଣେ ନଈ କ୍ଷେପି ଆସେ

  ନଦୀ ଧାରେ କେତେ

  ରମ୍ୟ ମହୀରୁହ ଆହା କି ସୁନ୍ଦର ଦିଶେ  ।।

  ସାଗରେ ମିଶିବା

  ପାଇଁ ନଈ କେତେ

    ଚଳ ଚଞ୍ଚଳ ଗତି

  ମହାମିଳନ ର

  ଆକୁଳ ଆବେଗେ ଫୁଲି ଉଠେ ଯଥା ଛାତି  ।।

  ନହୁଲୀ କିଶୋରୀ

  ଅନୁଢା କୁଆଁରୀ 

   ମିଳନ ପିପାସା ଆଶା

  ପୁରଣ ହୁଅଇ

  ଯେମିତି ମିଶିଲେ  ଭୁଲିଯାଏ ନିଜ ଭାଷା  ।।

  ବେଗବତୀ ନଦୀ

  ତେମନ୍ତେ ଆନନ୍ଦେ

    ବହୁଅଛି ନିରନ୍ତର

  ନାହିଁ ତ ଶୋଚନା

   ନିଜର ଅସ୍ତିତ୍ଵ  ହଜାଇ ଦେବ ସାଗର  ।।

  ଏହି ଏ ସଂସାର

  ମିଳନ ଆତୁର

  ଚପଳା ଯେହ୍ନେ ଗଗନେ

  ମିଶିଯାଏ କ୍ଷଣେ

  ଜୀବ ମିସେ ତଥା ପୂଣ୍ୟ ନିରାକାର ବ୍ରହ୍ମେ  ।।

  ନଦୀ ବେଗବତୀ

  ଜୀବର ଜୀବନେ

  ଆଦର୍ଶ ଜୀବନ୍ତ ଭାଷା

  ପ୍ରଭାବିତ କରେ

  ସଂସାରେ ମଣିଷେ ଦେଇ ଥାଏ ମହା ଶିକ୍ଷା  ।।

 

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍