STORYMIRROR

SUKANTA KHANDA

Others

3  

SUKANTA KHANDA

Others

ନବରାତ୍ରି

ନବରାତ୍ରି

1 min
196


ଓହ୍ଲାଇ ଆସିଛ ଆହେ ଶୈଳପୁତ୍ରୀ

ବସନ୍ତର ଆଗମନେ

ଏ ଧରା ଧାମକୁ ରଙ୍ଗେଇବ ତୁମେ

ସତ୍ଯ ଶାନ୍ତି ରଖି ଧ୍ଯାନେ।୧

ଦ୍ବିତୀୟେ ତୁମର ନାମ ଅଟେ ମର୍ତ୍ତ୍ଯେ

ମାଆଲୋ ବ୍ରହ୍ମଚାରିଣୀ 

ତୃତୀୟେ ପାଉଛୁ ପୂଜା ଚନ୍ଦ୍ରଘଣ୍ଟା

ଚତୁର୍ଥେ କୁଷ୍ମାଣ୍ଡା ରାଣୀ।୨

ଫଗୁଣେ ସମୀର ମନ୍ଦମନ୍ଦ ହୁଏ

ବୁଣିବାକୁ ସ୍କନ୍ଧମାତା

ହୃଦୟ କନ୍ଦକୁ ମୋହି ନେଇଥାଅ

ହେ ମାଆ ଜଗତଜିତା।୩

ଏ ଜନ ସମାଜ ଆନନ୍ଦିତ ଆଜି

ତୋ'ପାଇଁ ହୃଦୟେ ଶାନ୍ତି

କାନ୍ତାୟିନୀ ତୁମେ ଷଷ୍ଠ ଦିବସରେ

ଖୁନ୍ଦିଦିଅ ପ୍ରେମ ପ୍ରୀତି।୪

ଜଗତ କଲ୍ଯାଣ ପାଇଁ କି ହେ'ଦେବୀ

ତୁମ ନାମ ମହାରାତ୍ରୀ

ସପ୍ତମ ଦିନରେ ଆସି ପୂଜାପାଇ

ଦେଖାଉଛ ନିଜ କାନ୍ତି।୫

ମହାଗୌରୀ ନାମେ ଅଷ୍ଟମ ଦିନରେ

ଆସି କରିଦିଅ ଧନ୍ଯ

ତୁମର ସ୍ବରୂପ କିଏ ଅଛି କୁହ

କରିବାକୁ ମହାପୂଣ୍ଯ।୬

ତୁମର ଅନନ୍ତ ନାମ ତ ରହିଛି

ଏହି ରୂପେ ପୂଜା କରୁ

ଜୀବନକୁ ସୁଖ ସନ୍ତୋଷ ପାଇଁକି

ନିତି ସଦା ଲୁହ ଝରୁ।୭

ପୂଜାଫୁଲ ଘେନ ଆହେ ନବରାତ୍ର

ଆସନ୍ତୁ ମାଡି଼ ମର୍ତ୍ତ୍ଯକୁ

ରୋଗ ଶୋକ ଦୁଃଖ ନର ପଶୁ ପକ୍ଷୀ

ନ ଭୋଗୁଁ କେହି ଆଗକୁ।୮

ପ୍ରତି ବର୍ଷ ପରି ଏ ବର୍ଷ ଆସୁଛ 

ଆସି ଭରିଦିଅ ପ୍ରେମ

ଘନଘନ ଯେଣୁ ନ ବହୁ ଲୋତକ

ନ ହୁଅନ୍ତୁ କେହି ଭ୍ରମ।୯

କୋଟିଏ ପ୍ରଣାମ ଆଉ ଧନ୍ଯବାଦ

ମାତା ହେ'ଗ୍ରହଣ କର 

ଏ ଅଧମ କବି ତୁମକୁ ପ୍ରାର୍ଥନା

କରିଥାଏ ନିରନ୍ତର।୧୦

          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍