STORYMIRROR

jyotsna mayee panda

Others

4  

jyotsna mayee panda

Others

ନବବର୍ଷ...

ନବବର୍ଷ...

1 min
230

ହେ ନୂତନ ବର୍ଷ

ଆସିଛ କି ସମ୍ବାଦ ନେଇ

ସୁଖ ର କି ଦୁଃଖର

ହସ ର କି କାନ୍ଦର

କେମିତି ସ୍ୱାଗତ କରିବି ତୁମକୁ ?

ଖୁସିହେବି ସେ ତୃତୀୟ ବିଶ୍ୱ ଯୁଦ୍ଧ ପ୍ରସ୍ତୁତି ରେ

ନା ଖୁସି ହେବି ସେ ସେ ସହିଦ ଜବାନ ର ମୃତ୍ୟୁ ରେ

କି ଖୁସି ହେବି ଦେଖି ସେ ମାତୃ ପିତୃ ହୀନ ଶିଶୁ ର ଚିତ୍କାରେ

କେମିତି ହସିବି କୁହ ?

କେମିତି ସ୍ୱାଗତ କରିବି ତୁମକୁ ?

କରୋନା ରେ ପୋକ ମାଛି ପରି ମରୁଥିବା ମଣିଷ କୁ ଦେଖି

କି ଖୁସି ହେବି ସେ ହୃଦୟ ବିଦାରକ ଦୃଶ୍ୟ କୁ ଦେଖି

ଆଜି ମୁଁ ଜଡ ପାଲଟି ଯାଇଛି

ତୁମକୁ ସ୍ୱାଗତ କରିବା ପାଇଁ ଭାଷା ନାହିଁ

ହେ ନୂତନ ବର୍ଷ କି ସମ୍ବାଦ ନେଇ ଆସିଛ

ଚାହେଁନା ଦେଖିବା କୁ ସେ ରକ୍ତକେତନ

ଚାହେଁନା ଦେଖିବା କୁ ସେ ବୁକୁଫଟା କ୍ରନ୍ଦନ

ସେଥିପାଇଁ ତୁମକୁ ମୋ ଶେଷ ଅନୁରୋଧ !

ହେ ନୂତନ ବର୍ଷ ! ଆଜିର ଏ ମହେନ୍ଦ୍ର ବେଳା ରେ

ଭରିଦିଅ ଭାତୃତ୍ୱ ସଭିଙ୍କ ମନରେ 

ଉଡାଇ ଦିଅ ଆଜି ବିଶ୍ୱ ଶାନ୍ତି ବାନା ସାରା ଜଗତ ରେ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍