STORYMIRROR

SUSMITA MISHRA

Others

3  

SUSMITA MISHRA

Others

ନବାଙ୍କ ବେଶ

ନବାଙ୍କ ବେଶ

1 min
136

ଆରେ ରସିଆ ମନ ବସିଆ 

ହେଉ କେତେ କେତେ ବେଶ 

କେବେ ଫୁଲ ଟାହିଆ ତ 

  କେବେ ସୋଳ ଟାହିଆ ରେ 

ସଜାଇ ହେଉ ପୀତବାସ।


ମକର ସଂକ୍ରାନ୍ତି ପୁରୁବ ଦିନ 

 ହେଉ ତୁ ନବାଙ୍କ ବେଶ 

ଅନୁଷ୍ଠିତ ହୁଏ ସେ ଦିନ 

 ଚାଉଳ ମେଳାଣ 

ଫୁଲ ମେଳାଣ ଉତ୍ସବ ତ।


ଏହି ଦିନ ପ୍ରଭୁ ଜଗତର ନାଥ 

 ହେଉ ବଡ଼ ସିଂହାର ବେଶ 

ସୋଳ ନିର୍ମିତ ମକରକୁଣ୍ଡଳ 

  ଶଙ୍ଖ ଚକ୍ର ମୂଷିକ ଯେ ହଳ 

ଧାରଣ କରି ହେଉ ଯେଉଁ ରୂପ 

 ତାହାହିଁ ତୋହର ନବାଙ୍କ ବେଶ।


ତୋର ଏ ବେଶର ଥିଲେ ପ୍ରବର୍ତ୍ତକ 

 ତୋ ଭକ୍ତ ଶିରୋମଣୀ ଚୈତନ୍ୟ ଦେଵ 

ରସିକ ନାଗର ଭକ୍ତ ର ପ୍ରେୟଶଃ 

 ଭକ୍ତ ପାଇଁ ବି ହେଉ ତୁହି କେତେ ବେଶ।


ନବାଙ୍କ ବେଶରେ ଶିରରୁ ଚଟାଣ ଯାଏ 

 ଗେଣ୍ଡୁ ଫୁଲ ମାଲରେ ହୋଇଥାଉ ସୁସଜ୍ଜିତ 

ତୋ ଚିତା ଗୁଣା କରପଲ୍ଲବ ଅଧରମାଳା ଗୋଲାପ ମାଳା 

ଗେଣ୍ଡୁ ଗୋଲାପ ଫୁଲରେ ହୋଇଥାଏ ଯେ ନିର୍ମିତ।


ନବାଙ୍କ ବେଶ ସହ ନବାଙ୍କ ବେଢ଼ା ର ରହିଛି ଯେ ତାତ୍ପର୍ଯ୍ୟ 

ଏ ଦିନ ବଡ଼ସିଂହାର ଭୋଗ ପରେ ମଦନମୋହନ 

ଦକ୍ଷିଣ ଘରୁ ବିଜେ କରି ଆସନ୍ତି ରତ୍ନସିଂହାସନ 

ସେଠାରୁ ଆଜ୍ଞାମାଲ ପାଇ ରତ୍ନ ସିଂହାସନ  

 ସାଢ଼େ ଚାରି ଥର କରି ପ୍ରଦିକ୍ଷଣ 

ବଟ ମୂଳେ ଥିବା ପାଲିଙ୍କିରେ ବିଜେ କରି 

ବଡ଼ ଦେଉଳ କୁ ମଧ୍ୟ ସାଢ଼େ ଚାରି ଥର କରନ୍ତି ପ୍ରଦିକ୍ଷଣ ।


ଆରେ କାଳିଆ ନବ ଛଳିଆ 

 ଭକତ ରଞ୍ଜନ ପାଇଁ 

ହେଉ କେତେ କେତେ ବେଶ 

 ମୁଁ ବି ଏକ ତୋହର ଭକତ 

କରିଛି ମୁଁ ଯେ କି କି ଦୋଷ 

  କାହିଁକି ହେଉ ମୋଠାରେ ରୋଷ 

ଗୁହାରୀ କରୁଛି ହେ ଭକତନାଥ 

 ମାଫ କରି ମୋର ସବୁ ଦୋଷ 

ହୋଇ ଯାଅ ଥରେ ମୋ ହୃଦୟନାଥ ବେଶ 

ଦେଖି ସେ ମନମୋହକ ବେଶ 

 ହେବ ତୋ ଏ ଭକତ କେତେ ହରଷ 

ହେ ମୋର ହୃଦୟନାଥ ପୀତବାସ ପୀତବାସ।

  


   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍