ନବ..ଦିଗନ୍ତ
ନବ..ଦିଗନ୍ତ
କିଏ ଜାଣେ:-
ଏଇ ଥାକ-ଥାକ ସମୟ-ସବୁ,
କେଉଁଠୁ ଆସେ, ପୁଣି-
ଯାଏ କେଉଁ ଅନନ୍ତ-ଅତୀତ'ର
ଅସୀମ-ଗରଭେ..
କିଏ'ବା ଜାଣିଛି-
ଏଇ ପ୍ରୌଢ-ସମୟ'ର
ଆରମ୍ଭ କେବେ...?
ଅବା ଶେଷ କେଉଁଠି...??
ଉଜ୍ୱଳ-ଦିବାଲୋକ,
ତିମିରିତ-ରାତି,
ନିତ୍ୟ-ନୀୟମିତ...
ଯଦି:-
ଏଇ ସୂରୁଯ-ଚନ୍ଦ୍ର-ନବ'ଗ୍ରହ,
ମାସ-ବାର-ତିଥି,
ଏ ତାରା-ମଣ୍ଡଳ-
ବିଶାଳ-ବ୍ରହ୍ମାଣ୍ଡ
କିଛି ବି ନ ଥାନ୍ତା,
ଭଲା ଏ ସମୟ'ଟା,
ବୁଢା ହୋଇ ଯାଆନ୍ତା'ନି କି...?
ମରି ଯାଆନ୍ତା ଥରେ ଯଦି-
ଏ ପୁରୁଣା ସମୟ'ଟା,
ପୁଣି ନବ-ଜନମ ହୁଅନ୍ତା ଏ ସମୟ'ର,
ଆଦି-ଶ୍ରଷ୍ଟା-
ନବ-ଶୃଷ୍ଟି କରନ୍ତେ ମାନବ'କୁ,
ଯିଏ ପୁରୁଣା ହୁଅନ୍ତା'ନି କି-
ନୂଆ ବି......
ହେଲେ:-
ଏ ସମୟ'ର ଶେଷ କେଉଁଠି...?
ଦୂରୁବାର ଗତି-ତାର ଅପ୍ରତିହତ...;;
ଆଉ ଏ ରାତି-ଦିନ ନ'ଥିଲେ:-
ଏ ଅନାଦି-ଅନନ୍ତ ସମୟ,
କେବଳ-ନୀରାକାର, ନୀରଞନ ହିଁ ଥାନ୍ତା..
ହେଲେ ଏ ପ୍ରୌଢ ସମୟ'ଟା,
କହା'ପାଇଁ ନୂଆ,ପୁଣି-
କାହା'ପାଇଁ ପୂରୁଣା,
ନିତ୍ୟ-ନବ ଉନ୍ମେଷ, ଓ-
ନିତ୍ୟ-ବିଲୟ......
ସେଇ ପ୍ରୌଢ ସମୟ'ଟା
ନବ'ଜାତ ଶିଶୁ'ର
ଆଖି'ର ଦ୍ୟୂତି'ରେ
ନବ-ଜ୍ୟୋତି'ଟିଏ,
ଆଉ ଆଖିରେ ପରଳ-ପଡି'ଥିବା
ବୃଦ୍ଧ'ର ଆଖିରେ-
ବିବର୍ନ-ପାଣ୍ଡୁର...
ଫୁଲ ଆଉ ଭ୍ରମ'ର ଗୁଞନ,
ବାସନ୍ତି-ମଳୟ,
ଉଦୟ'ର ନବ-ବିଭା-
ରକ୍ତ-ଅସ୍ତରାଗ,
ଅଲୋଡା-ଅପୋଛା-
ସମୟ-ନା ବୃଦ୍ଧ....?
ରୁପା'ଥାଳି-ପରି ପୂନେଇଁ-ଜହ୍ନ,
କଂସା'ଥାଳି-ପରି
ନବୋଦିତ-ସୂରୁଯ,
ଋତୁ-ଚକ୍ର,
ବର୍ତୁଳାକାର-ପୃଥିବୀ,
ସବୁ ଗୋଲାକାର...
ଉଦୟ--ଅସ୍ତ,
ଅସ୍ତ---ଉଦୟ,
ଜନମ---ମରଣ,
ମରଣ---ଜନମ,
ଚକ୍ରବତ.....;;;
ସତରେ.....
ଏ ସମୟ'ର କେବେ-
ଜନମ-ଯୌବନ-ବାର୍ଧକ୍ୟ
କିଏ-କହିବ....??
ହୁଏତ କହିଲେ କହିବେ ସେଇ:-
ବ୍ୟାସଦେବ, ଅଥବା-
ବାଲ୍ମିକୀ.....
