ନାରୀର ଜୀବନ କାହାଣୀ
ନାରୀର ଜୀବନ କାହାଣୀ
ଜଣେ ଟୁକେଲ୍ ଜୀବନ କାହାନୀ ଉପରେ
ଆଏଜ୍ କବିତା ଲେଖ୍'ମି,
ଭୁଲ୍,ଭଟକା ହେଇଯାଇଥିଲା କେନୁ
ମାଫି ସବ୍'କୁ ମାଗ୍'ମି ।
ଟୁକେଲ୍ ଜନମ୍ ପର୍'ହର୍ ଘର୍'କେ ଆଏ
ତାର୍ କପାଲେ ହେଇଛେ ଲେଖା,
ଆମର୍ ଭାରତ୍ ଦେଶେ ଟୁକେଲ୍ ମାନଙ୍କୁ
କରସନ୍ ସଭେ ଅଣଦେଖା ।
ଛୁଆଁବେଲୁନ ତାହାକେ ଘରର କାମ୍'ବୁତା
ଥିସନ୍ ସବୁ ସିଖେଇ,
ପଢିଗଲେ କିଛି ଲାଭ୍ ନାଇଦିଏ କହି
ଚୁଇଲ୍'ସାଲେ ଦେସନ୍ ବସେଇ ।
ତାର୍ ଜୀବନର୍ ଦୀପ୍ ସଏଲତାକେ
ନାଇଁ ପାରେତ ଜାଳି,
ପଢବାର୍ ମନ୍ ଥିଲେଭି ତାର୍'କେତେ
ନାଇଁ ପାରୁଛେ ପଢି ।
ଦେଖୁନ୍ ଦେଖୁନ୍ ସେ ବଡ୍ ହେଇଯାଏସି
ଉଛୁଲା ଜଉବନ୍ ଧରି,
ସେ ଜଉବନ୍ କାଲ୍'କରସି ତାହାକେ
ବଳତ୍କାର ହେଇଯାଏସି ନାରୀ l
ସେଠାନୁ ଭି ପାର୍ ହେଇଗଲେ ଟୁକେଲ୍
ବିହା ଦେସନ୍ କରଇ,
ତାର୍ ଜୀବନର୍ ଆଧା ସୁଖ୍'କେ
ଦେସି ସେତ ହରେଇ ।
ମାଁ'ବୁଆ ଭାଇ,ବହେନ୍ ପରିବାର୍ ସାଥି
ସଭେ ହେଇଯାଏସନ୍ ପର୍,
ଅଲ୍'ଗା କାହାର୍ ହାତ୍ ଧରିକରି
ପଲେଇ ଯାଏସି ତାର ଘର୍ ।
ସେଠାନୁ ତାର୍ ନୂଆଁ ଦୁନିଆଁ ଆରମ୍ଭ ହେସି
ଅଲ୍'ଗା ଲୋକ୍'କେ ନିଜର୍'କରି,
ମୁଡେ ଟିକେ ତାର୍ ସିନ୍ଧୁର୍ ଲଗେଇହେଲା ଯେ
ଟୁକେଲ୍ ନୁ ହେଲା ଭୁଆସେନ୍ ତିଆରି ।
ଭୁଆସେନ୍ ଠାନୁ ମାଁ'ବନି ଯାଏସି
ଦେଖୁନ୍ ଦେଖୁନ୍ ,
ଛୁଆ,ପିଲାକେ ସକିଲି,ବେଟିଲି
ଜୀବନ୍ ହେସି ସୁନ୍ ।
ତାର୍ କଥା ଯେତେ କହେଲେ ନାଇଁ ସରେ
ନାରୀ ନାଟା ଆଏ ମହାନ୍,
ତାର୍ ପାହାତଲେ ମାରୁଛେ ମୁଡିଆଁ
ସେ'ହି ଏହା ସର୍ବ ଶକ୍ତିମାନ୍ ।
