ନାରୀ
ନାରୀ
କେଉଁ ସୁପ୍ରାଚିନ ଯୁଗୁ ଆଦର୍ଶ ଶାଳୀନି
ଭୂୟ ସୀ ଭାବ ମଣ୍ଡିତା ମହିମା ମଣ୍ଡିନୀ ।
ବ୍ୟକ୍ତି ସମାଜ ଓ ପରିବାର ସଦସ୍ୟଙ୍କ
କଲ୍ୟାଣ ସାଧନ ଲାଗି ନାରୀ ହିଁ ଅଧିକ ।
ବ୍ୟକ୍ତିତ୍ଵ ର ଆକର୍ଷଣ ଧାରେ ଯେ ଆଲୁଅ
ଯୋଗାଇ ଅନନ୍ୟ ଅଟେ ନାରୀ ବିଶେଷତ୍ଵ ।
ବ୍ୟକ୍ତିତ୍ଵ ବିକାସି ନାରୀ ସ୍ଵୀୟ ପ୍ରଭାବରେ
ପରିବର୍ତ୍ତିତ କରଇ ସମାଜ କୁ ଖରେ ।
ଆପଣା ର ନିଷ୍ଠା ସହ ପରାକାଷ୍ଠା ଦ୍ବାରା
ଯୁଗେ ଯୁଗେ ଯୋଗାଏ ଯେ ନବ ଭାବ ଧାରା ।
ସଭ୍ୟତା ସଂସ୍କୃତି ପ୍ରତି ବିପୁଳ ବିଭୂତି
ଅରପି ସବୁରି ପ୍ରାଣେ ସାନ୍ତ୍ଵନା ଓ ଶାନ୍ତି ।
ସଂଚାରି ଦୁଃଖୀ ଦରିଦ୍ର ପୀଡ଼ିତ ସମୟେ
ସେବା ଶୁଶ୍ରୁଷା ରେ ନିତ୍ୟ ରତା ଥାଏ ଯିଏ ।
ସେବା ତ୍ୟାଗ , ସାଧନା ରେ ଆଦର୍ଶ ଗୃହିଣୀ
ଅସୀମ କରୁଣା ,ଜ୍ଞାନ , ତଥ୍ଯ ବିବରଣୀ ।
ନାରୀ ହିଁ ଯୋଗାଇ ସାଧୁ ଥାଏ ନିତ୍ୟ ହିତ
ସ୍ନେହ ଆଦର ସରାଗ , ନାରୀ ବିଶେଷତ୍ଵ ।
ସମୃଦ୍ଧି ରେ ରୁଦ୍ଧିମନ୍ତ କରେ ଯେ ସତତ
ନାରୀ ର ମହିମା ସବୁ ଥିରେ ପ୍ରଖ୍ୟାପିତ।
ଭାରତୀୟ ସଭ୍ୟତା ଓ ସଂସ୍କୃତି ମହିମା
ନାରୀ ର ଚାରିତ୍ର ପାଇଁ ଔତ୍କର୍ଷ୍ୟ ଗାରିମା ।
ପ୍ରଦର୍ଶନ କରି ବିଶ୍ୱେ ଲଭଇ ସୁଖ୍ୟାତି
କିନ୍ତୁ ତାହା ନିମ୍ନ ଗାମି ହୋଇଛି ସମ୍ପ୍ରତି ।
ଅତ୍ୟାଧୁନିକ ସଭ୍ୟତା ସଂସ୍କୃତି ପ୍ରଭାବେ
ନାରୀ ର ମହିମା ହ୍ରାସ ପାଇ ଚାଲେ ଏବେ ।
ସବୁ କ୍ଷେତ୍ରରେ ନିଜର ସୁତୁଙ୍ଗ ଗାରିମା
ପରକାଶି ସୁପ୍ରତିଷ୍ଠା ପାଇଁ ଶୀର୍ଷ ସୀମା |
ପର୍ଶ କରି ବିକସାଇ ପୁଣ୍ୟ ର ମୟୂଖେ
ସମାଜ ରେ ନିଜ କାର୍ଯ୍ୟେ ପ୍ରଶଂସିତ ଲୋକେ ।
ପ୍ରେମ ପ୍ରୀତି ପ୍ରଣୟ ଓ ପ୍ରାଣ ପ୍ରାଚୁର୍ୟ୍ଯ ର
ସାଥେ ନାନା ସୌହାର୍ଦ୍ଦ୍ୟ ର ବରଷାଇ ଧାର।
ଜନନୀ ଭଗିନୀ ଜାୟା ଭାର୍ଜ୍ୟା ଓ ଭାବିନୀ
ଭାବେ ଭବେ ସୂ ପୂଜିତା ସ୍ୱ ମହିମା ଘେନି।
ପାଶ୍ଚାତ୍ୟ ର ରୀତି ନୀତି ଆଦର ଆଦର୍ଶେ
ନାରୀର ଆଦର୍ଶ ଏବେ ଲୁପ୍ତ ହୋଇ ଆସେ ।