STORYMIRROR

Hasyamayee Raj

Others

4  

Hasyamayee Raj

Others

ନାରୀ

ନାରୀ

1 min
397


ନାରୀ ନୁହେଁ ନିରିମାଖୀ

ସେ ମହାଶକ୍ତି

ଯୁଗେ ଯୁଗେ

କାଳେ କାଳେ

ତା'ର ପରାଭବ

ଦେଖିଚି ଏ ବିଶ୍ବ

ସେ କେବେ କାଳୀ, ଦୁର୍ଗା

ଦ୍ରୌପଦି, ସୀତା

କେବେ ସେ ଗାର୍ଗୀ, ମୈତ୍ରେୟୈ

କେବେ ପୁଣି

ଝାନ୍ସୀ, ମୀରା, ଲକ୍ଷ୍ମୀବାଈ ।

ଆଜି ବି ନାରୀ ଶକ୍ତି

ଯାଇନାହିଁ ହାରି

ଅନେକ ବାଧା

ଅନେକ ବନ୍ଧନ

କୁଟିଳ କଟାକ୍ଷ

ଭିତରେ ବି

ଭାଗ୍ୟ ତିଆରି କରିବାକୁ

ପାଦ ପାଦ ଯାଉଛି ଆଗେଇ ।

ଆଉ କେବେ କେବେ

କାମୁକ, ବର୍ବରତାର

ବିପୁଳ ଅନ୍ଧାର ଭିତରେ

ତାର ଭାଗ୍ୟ, ଭବିଷ୍ୟତକୁ

ଦେଇଛି ହଜେଇ ।

ତଥାପି ସେ ହାରିନାହିଁ

ଜୀବନର ଝଡକୁ ସହିଛି

ମୁମୁର୍ଷୁ ପ୍ରାଣରେ ବି

ସେ ତୋଳିଛି

ପ୍ରତିବାଦର ସ୍ବର,

କେବେ ପୁଣି

ଟେକିଦେଇଛି ହାତ

ଯାଜ୍ଞସେନୀ ରୂପରେ

କହିଛି "ହେ ସଖା ରକ୍ଷା କର"।

ତାର ଆଖି ଲୁହରେ

ଧ୍ଵଂସ ପାଇଚି କୁରୁକୁଳ

ଆଉ ସତୀ ସୀତାଙ୍କର ନୟନ ବାରି

ଧ୍ଵଂସ କରିଛି

ସ୍ଵର୍ଣ୍ଣ ଲଙ୍କା ପୁର,

କେବେବି ବ୍ୟର୍ଥ ହେଇନି

 ଲୁହ ତା ଆଖିର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍