STORYMIRROR

Sanjukta Padhi

Others

3  

Sanjukta Padhi

Others

ନାରୀ

ନାରୀ

1 min
187


ଯୁଗେ ଯୁଗେ ନାରୀ ପୂଜ୍ୟପୂଜିତା

ସାର ଜଗତର ଜଗତଜିତା

ଅହଲ୍ୟା କୁନ୍ତୀ ତାରା

ମନ୍ଦୋଦରୀ ଆଉ ସୀତା

ପଞ୍ଚସତୀ ନାମେ ବିଦିତ ।।

ସ୍ନାନାନ୍ତରେ ଉଚ୍ଚାରଣ କଲେ

ସଂସାର ପାତାଳୀରୁ ମୁକ୍ତିମିଳେ,

ମଣି ସଦୃଶ୍ୟ ଶୋଭା ବଢ଼ାଏ

ଗୃହରେ ଅମୂଲ୍ୟ ନାରୀଟି

ନାରୀ ଅପରୂପ ଅପରାଜିତା,

ଗୃହର ମଣି ବୋଲି ଗୃହିଣୀ ।

ଧର୍ମ କର୍ମରେ ସହ ସମ୍ପୃକ୍ତି

‌‌ ହେତୁ ସହଧର୍ମିଣୀ,

ପତନରୁ ଉଦ୍ଧାରେ ସ୍ୱାମୀଙ୍କୁ

ପତ୍ନୀ ନାମଟି ବୋଲାଇ ତାକୁ,

ମହୀୟସୀ ବାଳା ନୁହେଁ ଦୁର୍ବଳ

ତେଣୁ ମହିଳା।

କାନ୍ତି ବର୍ଦ୍ଧନ କରେ ବୋଲି

ସେ ଯେ କାନ୍ତା

ନଥାଏ କେହି ତାର ବଇରି

ତେଣୁ ସେ ନାରୀ ।

ଦୁଇ କୁଳର କରାଇ ହିତ

ଦୁହିତା ନାମେ ସବୁଠି ଜ୍ଞାତ,

ତେଣୁ ସେ ଦୁହିତା ।

କୁଳକୁ କରାଏ ଧନ୍ୟ

ସେ ବୋଲାଏ କନ୍ୟା

ସମ୍ଭାଳି ପାରେ ପରିବାର ଭାର

ତେଣୁ ଭାର୍ଯ୍ୟା ନାମଟି ତା'ର

ସଂସାରକୁ କରେ ସୁଖି

ବୋଲାଯାଏ ତାକୁ ସ୍ୱରୂପା

ଗୃହ ସ୍ଥିତି ସ୍ଥିର କରିପାରେ

ଚିହ୍ନା ହୁଏ ସେ ସ୍ତ୍ରୀ ନାଁ ରେ

ମାଟି ଆଉ ଆକାଶ ପରି ବିଶାଳ

ଧୈର୍ଯ୍ୟ ସାହସ ଅପରମ୍ପାର

ତହୁଁ ବୋଲାଏ ମାଆ ଆମର,

ଗୃହକୁ କରେ ସେ ପ୍ରମାଦ ମୁକ୍ତ

ପାଇଥାଏ ପ୍ରମଦାର ପଦ

ବିପଦରୁ ସଦା ଉଦ୍ଧରି

ବୋଉ ନାମରେ ପଡ଼ି ହୁରି ।



Rate this content
Log in