STORYMIRROR

Akankshya Panda

Others

3  

Akankshya Panda

Others

ନାରୀ

ନାରୀ

1 min
427


ସତରେ କଣ ପାଇଛି ମୁଁ ସ୍ବାଧିନତା ..?
ଗୋଟିଏ ପ୍ରଶ୍ନ ବାରମ୍ବାର ଗୁଞରଣ ହୁଏ ମୋ ମସ୍ତିଷ୍କ ରେ ..
ଯଦି ହଁ ..,,ତେବେ କାହିଁକି ମୁ ଅସୁରକ୍ଷିତ..ଅବହେଳିତ ..
ଯୁଗେ ଯୁଗେ ହୋଇ ରହିଜାଇଛି ପୂରୁଷ ର ଭୃତ୍ୟ..
ଜହ୍ନ କୁ ଛୁଇଁବାର ଶକ୍ତି ଥାଇ ବି
ପ୍ରତିଟି ମୁହୂର୍ତ୍ତ ରେ ଭୟ ର ବିଳାପ ରେ ସ୍ତବ୍ଧ ..

ବାନ୍ଧି ଦିଏ ସମାଜ ଶିକୁଳି ମୋ ପାଦରେ..
ଲଗାଇ ଦିଏ ଅଙ୍କୁଶ ମୋ ଶିକ୍ଷା ରେ
ପୁଣି ମୋ ଦକ୍ଷତା ପ୍ରଦର୍ଶନ କରିବା ଆଗରୁ ହିଁ
ସଯାଇ ଦିଆଯାଏ କୁତ୍ରିମ ଫୁଲପରି
ପାରିବାର ରୂପକ କାନଭାସ ରେ

ତା ସତ୍ବେ ମୁଁ ସ୍ୱୀକାର କରେନି ପରାଜୟ
ସମୟ ଆସିବ ଦେଖିବ ଏ ଦୁନିଆଁ
ପରକାଷ୍ଠା ନାରୀ ଶକ୍ତିର
ମୋ ଧରିତ୍ରୀ ରୂପକୁ ତ ଖୁବ୍ ଉପଭୋଗ ଏ ସମାଜ
ହେଲେ ତା ମଧ୍ୟରେ ଭୁଲିଯାଏ ସେ
ଯେବେ ପ୍ରଶ୍ନଚିହ୍ନ ଉଠେ ମୋ ଆତ୍ମସମ୍ମାନ୍ନ ଉପରେ
ମୁଁଜେ ସାଜିପାରେ କାରଣ ବିନାଶର ..

ଅବଳା ଭାବିବାର ମୁର୍ଖାମୀ କରିବନି ମତେ
ସୃଷ୍ଟିକରିପାରେ ମରୁଭୂମିରେ ବି ଚିରସ୍ରୋତ ମୋ
ମୋ କାଉଁରୀ ସ୍ପର୍ଶରେ ..
ବାହାଇ ପାରେ ବର୍ଷାର ମୁଷଳଧାର ନିଦାଘ ଗ୍ରୀଷ୍ମରେ..
ପୁଣି ଯେବେ ଉଲଙ୍ଘନ କରାଯାଏ ମୋ ସହ୍ୟ କରିବାର ସୀମାରେଖା ..
ପଛାଏନି ମୋ କୋମଳ ହାତ ବଦଳିଯିବାକୁ ଖଡ୍ଗରେ
ଥରେ ମତେ ଦେଖିବାର ଦୃଷ୍ଟିକୋଣ ବଦଳାଇ
ବିଶ୍ୱାସ ରଖ ମୋ ସତ୍ତାରେ ..
ସମର୍ଥ ମୁ ଧୋଇ ଦେବାକୁ ଏ ଜନସମାଜରୁ ନିକୃଷ୍ଠତା
ମୁଁ ହିଁ ଏକମାତ୍ର ଶକ୍ତି ହଟାଇ ପରିବି ପାଶବିକତା ..
ପୁଣି ଅତୀତରୁ ବର୍ତ୍ତମାନ ଯାଏଁ
ଯେବେ ବି ସବୁଦ୍ୱାର ରୁଦ୍ଧ ହୋଇଯାଇଛି
ପ୍ରତି ଥର ଶରଣାପନ୍ନ ହୋଈଛି ଏ ଜଗତ ନାରୀଶକ୍ତି ଠାରେ..


Rate this content
Log in