ନାରୀ
ନାରୀ
ଯୁଗେଯୁଗେ ନାରୀ ତୁମେ ବନ୍ଦନୀୟା ଅଦ୍ଭୁତ ତୁମରି ମାୟା
ବିଶ୍ୱବ୍ରହ୍ମାଣ୍ଡରେ ଲୀଳା କରୁଅଛ ବିସ୍ତାରି ତୁମରି କାୟା ||୧||
ମାତୃ ସ୍ୱରୂପିଣୀ ସୃଷ୍ଟିକାରିଣୀ ତୁମେତେ ଗର୍ଭଧାରିଣୀ |
ଗର୍ଭପୀଡ଼ା ସହି ସୃଷ୍ଟିକୁ କରୁଚ ତୁମେତ ଆନନ୍ଦ ଦାୟିନୀ ||୨||
ମାତୃସ୍ନେହ ପରି ଦୁର୍ଲଭ ଏ ପ୍ରେମ ସଂସାରରେ କାହୁଁ ମିଳିବ |
କର୍ତ୍ତ୍ବ୍ୟ ବୋଧରେ ଭୃଗୁପତି ହସ୍ତେ ହୋଇଲ ତୁମେ ନିହତ ||୩||
ସୀତାମାତ ତୁମେ ଅହଲ୍ୟା ମାତା ଗୋ ସହିଲ ଦୁଃଖ ଅଶେଷ |
ଦ୍ରୌପଦୀ ରୂପରେ ପଶା ଖେଳବେଳେ ପାଇଅଛ କେତେ କ୍ଳେଶ ||୪||
ଦେବକାର୍ଯ୍ୟ ଲାଗି ସରସ୍ୱତୀ ତୁମେ ବସିଲ କୈକେୟୀ କଣ୍ଠରେ |
ସେହି ଇନ୍ଦ୍ରଙ୍କର ମନ ରଞ୍ଜୁଅଛ ତୁମେ ତ ଉର୍ବଶୀ ରୂପରେ ||୫||
କେତେ ନିର୍ଯାତନା କେତେ ଧୈର୍ଯ୍ୟ ଧରି ଧରାରୂପେ ଭାର ବହୁଚ |
ଅସଂଗତ ନୁହେଁ କାଳୀରୂପ ଧରି ସଂସାର ପ୍ରଳୟ କରୁଚ ||୬||
କନ୍ୟା,ଭଗିନୀ,ପ୍ରେମିକା,ଗୃହିଣୀ ,ରୂପ ତ ତୁମର ଅନେକ |
ବିବିଦ୍ଗ ରୂପରେ ପ୍ରକଟିତ ହୁଅ ,ତୁମେ ତ ସ୍ନେହର ବନ୍ଧକ ||୭||
