ନାରୀ:ସେ ଯେ ଅପରାଜିତା,ଅଜେୟା
ନାରୀ:ସେ ଯେ ଅପରାଜିତା,ଅଜେୟା
ନାରୀ ..
ଦୟା,କ୍ଷମା,ସ୍ନେହ,ପ୍ରେମର ଅଫୁରନ୍ତ ଉତ୍ସଟିଏ
ହ୍ରୁଦୟ ଭିତରେ ତା ଢଳଢଳ ହେଉଥାଏ
ପଦ୍ମ ଫୁଲ ପରି କୋମଳ ମନଟିଏ।
କେବେପୁଣି ଲାଜକୁଳି ଲତା ପରି
ଲାଜେଇ ବଧୁଟିଏ।
କେବେ ସିଏ ଦାମ୍ଭିକା,ବିରାଙ୍ଗନା,ତେଜମୟୀ ଦିପ୍ତୀ ଟିଏ ।
କେବେ ସେ କରୁଣା ଓ ନ୍ୟାୟର ପ୍ରତିମୂର୍ତ୍ତି-"କନ୍ୟା "
ତ କେତେବେଳେ ....
ସ୍ନେହର ଜାହ୍ନବୀ ପାଲଟି ତାର ଦୁଇକୂଳେ...
ପ୍ରଶାନ୍ତିର ସବୁଜିମା ଖେଳାଇ
ପାଇଥାଏ ଦୁହିତାର ଆଖ୍ୟା ...
ସେଇ ସବୁଜିମାରୁ ଡେଣା ମେଲାଏ ସଂପର୍କର ଶାଖା,ଓ ପ୍ରଶାଖା।
ଯେତେବେଳେ ...
ମୁଁ ତ୍ବ ର ଅହଂରେ ମନୁଷ୍ୟର ମାନବିକତା ....
ଜଳିପୋଡି ପାଉଁଶ ହେଉଥାଏ ..
ସେତେବେଳେ ନାରୀ ...
ମୁଁ ତ୍ବର ଅହଂକୁ ଧୋଇଦିଏ ..
ସନ୍ତାନ ର ବାତ୍ସଲ୍ୟ ସ୍ନେହର ଶିତଳ ଧାରା ରେ।
ମୁଁ ତ୍ବ ର ଅହଂରୁ ଉର୍ଦ୍ଧ୍ଵକୁ ଉଠିପାରେ ବୋଲି ତ ସେ ମାଆ।
ସମାଜର କଟାକ୍ଷ ଯୁକ୍ତ ଶବ୍ଦ ବାଣରେ କ୍ଷତ ବିକ୍ଷତ ହୃଦୟକୁ
ସହନଶିଳତା ଓ ବିଶ୍ଵାସର ଛୁଞ୍ଚି ସୁତାରେ
ସିଲାଇ କରିଜାଣେ ବୋଲି ତ ସେ ସବଂସହା।
ସବୁବେଳେ ,ଶାନ୍ତି,ଦୟା,କ୍ଷମାର ଗୀତ ଗାଇ ଗାଇ
ବନ୍ଧୁର ,କୋମଳ ,କଣ୍ଟକିତ ପଥ,ଅପଥ ନମାନି
ଆଗକୁ ବଢୁଥାଏ ସେ ମୈତ୍ରୀର ବାର୍ତ୍ତା ନେଇ...
ତେଣୁ ସେ ନାରୀ ...
କାହାରିକୁ ଭାବେନାହିଁ ନିଜର ଅଇରୀ।
ତଥାପି ବି ତ ତାକୁ ସହିପାରନ୍ତିନି...
କେତେକ ଅସାମାଜିକ, ସଇତାନି ଦୃଷ୍ଟି।
ନିଜେ ବଇରୀ ସାଜି...
ସ୍ବଚ୍ଛ ଗଙ୍ଗାକୁ ଅପବିତ୍ର କରିବାକୁ ଆଗେଇ ଆସନ୍ତି।
ସେତେବେଳେ ନାରୀ ସାଜେ ନାରାୟଣୀ..
ହାତରୁ ପ୍ରେମର ପଦ୍ମ ଫୁଲ ଫୋପାଡ଼ି ..
ଶସ୍ତ୍ର ଧାରଣ କରି .
ଲକ୍ଷ୍ମୀ ରୂପରୁ ନିଏ ଦୂର୍ଗାଙ୍କ ଅବତାର
ନାଶିବାକୁ ଅତ୍ୟାଚାରୀ ଦାନବ।
ସହିପାରି ନାହିଁ, ସହିପାରିବ ବି ନାହିଁ ସେ..
ନିଜ ନାରୀତ୍ବର ଅପମାନ ..
ନିଜ ଉପରେ ଅନ୍ୟର ଅତ୍ୟାଚାର ।
ଚାହେନି ସେ, ଚାହିଁବନି କେବେ ..
ବଞ୍ଚିବାକୁ ..
ଅବଳା, ଦୂର୍ବଳାର ପରିଚୟ ନେଇ ।
ନାରୀ ସେ ଅପରାଜିତା,ଅଜେୟା।
