STORYMIRROR

Sadananda Sahoo

Others

3  

Sadananda Sahoo

Others

ନାରୀ ନାରାୟଣୀ

ନାରୀ ନାରାୟଣୀ

1 min
296

ନାରୀ ନାରାୟଣୀ 

..........❤........🌹......,❤

ନାରୀ ନାରାୟଣୀ ସୁନାର ଘରଣୀ

 ନିଜହାତେ ଗଢେ ବସା;

ସୁଖରେ ଦୁଃଖରେ ସଂସାର ଚଳାଏ

ଅସୁମାରି ତା'ର ଆଶା !!


ଲହୁ ଲୁହ ପିଇ ଦେଖେ ସେ ସପନ

ପିଲା ପରିବାର ସୁଖ;

ବାର ମାସେ ତେର ଓଷା ସେ କରଇ

ଉପବାସେ ପାଳେ ବ୍ରତ !!


ଦୁଃଖର ଯାତନା ଭାଗ୍ୟ ବିଡମ୍ବନା

ନାରୀ ଏକା ପାରେ ସହି ;

 ମାତୃ ରୂପେ ନାରୀ ଚିରବନ୍ଦନୀୟା

 ଚିରନ୍ତନ ସତ୍ୟ ଏହି !!


ମହଲର ରାଣୀ କୁହୁକ ଚାହାଣୀ

ମନ ପରା ମୋହି ନିଏ ;

ଫେରିବା ବାଟକୁ ଚାହିଁ ରହିଥାଏ

 ତା' ପରି ହବ କି ଏ !!


 ନାରୀସର୍ବ ସଂହା ଅଧୁନା ଆଗୁଆ

 ଏରୁଂଡି ବାହରେ ପାଦ ;

ମୁକ୍ତ ଆକଶରେ ଉଡିବୁଲେ ସେ'ଯେ

 ବ୍ଯମୋଯାନେ ଅବକାଶ !!!


ରୋଷେଇଶାଳରୁ ସଂସଦ ଭବନ

ସବୁଠି ନାରୀର ସ୍ୱର;

ଦେଶ ସୁରକ୍ଷାରେ ନାରୀବି ଫଉଜ

ନାରୀ ହୋଇ ପାରେ କ୍ରୁର !!


ହିମାଳୟ ଶୃଙ୍ଗେ  ଫରଫର ଉଡେ

ନାରୀହସ୍ତେ ନୀଳ ନେତ;

ମହାସାଗରରେ ମୁକ୍ତା ଖୋଜି ପାରେ

 ସଫଳତା ମୂଳମନ୍ତ୍ର !!!


ନାରୀ ସମକ୍ଷକ ପୁରୁଷ ସହିତ;

 ନାହିଁତ ସନ୍ଦେହ ମାତ୍ର ;

ଅବଳା ଦୁର୍ବଳା କେହିବି ଭାବନା

ସହଯୋଗେ ବଢାହସ୍ତ !!


ଉନ୍ନତି ପଥରେ ଏ ନାରୀ ସମାଜ

ଦେଶର ପ୍ରଚଣ୍ଡ ଶକ୍ତି ;

 ନାରୀଏକାସାଥୀ ସତେ ସହଯୋଗୀ

 ବିକାଶର ଦ୍ୱାରେ ବ୍ରତୀ !!



Rate this content
Log in