STORYMIRROR

Prasanta kumar Hota

Others

3  

Prasanta kumar Hota

Others

ନାରୀ ଅଭାଗା କି ହେଲା ନିରିକୃଷ୍ଟ

ନାରୀ ଅଭାଗା କି ହେଲା ନିରିକୃଷ୍ଟ

1 min
328


ବିଜେ ହୋଇଗଲ ନୀଳାଚଳଧାମ

କହନ୍ତି ଜଗତେ ଶ୍ରୀପୁରୁଷୋତ୍ତମ

ଏ ନାମ ପ୍ରଭୁ କି ପୁରୁଷରେ ଶ୍ରେଷ୍ଠ

ନାରୀ ଅଭାଗା କି ହେଲା ନିରିକୃଷ୍ଟ


ମର୍ଯ୍ୟାଦା ପୁରୁଷ ନାରୀ ହେଲା ନାହିଁ

ଏମନ୍ତ କାହିଁକି କଲ ହେ ଗୋସାଇଁ

ନାରୀ ହୃଦୟରେ ତୁମେ ସୁପୁରୁଷ

ପୁରୁଷ ଜାତିକୁ କରୁଛ କି ତୋଷ


କାହିଁକି ପ୍ରଭୁହେ ଏ ବାଛ ବିଚାର

ହୃଦ ମନ୍ଦିରରେ ତୁମେ ସର୍ବେଶ୍ବର

ତୁମେ ନାରୀ ଶ୍ରେଷ୍ଠ ହେବନି କିମ୍ପାଇ

ରଖିଗଲ ଦ୍ଵିଧା ଲିଙ୍ଗ ଭେଦ ନେଇ


ତୁମେ ମୋ ଦେବତା ତୁମକୁ କହୁଛି

ଅଧମ ଅଜ୍ଞାନ ବୋଲି ବିଚାରୁଛି

ପ୍ରାର୍ଥନାରେ ମୋର ଆସେ ଅନ୍ତର୍ଦାହ

ବୋହି ଆସେ କୋହ ନୟନରୁ ଲୁହ


ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍