STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Others

3  

ନାୟକ ଅକ୍ଷୟ ରାଜହସ୍ତୀ

Others

ନାମ ତତ୍ତ୍ୱ

ନାମ ତତ୍ତ୍ୱ

1 min
480

ନାମ ରେ ବଂଚିବା

ନାମ ରେ ମରିବା

ନାମ ରେ କରିବା ଘର,

ନାମ ଗାଇ ଗାଇ

ଯିବା ପାରିହୋଇ

ଏ କଳି ଭଵ ସାଗର, ରେ ମନୁଆଁ....l

ନାମ ପିତା ମାତା

ନାମ ବଂଧୁ ସଖା

ନାମ ଯେ ଶିଵ ସୁନ୍ଦର,

ନାମ ପୁଣି ସତ୍ୟ

 ଶାନ୍ତି ଦୟା କ୍ଷମା

ନାମ ଯେ ବତିଶି କ୍ଷରରେ ମନୁଆଁ...l

ନାମ କରି ଗାନ

ପ୍ରଭୂ ଶ୍ରୀ ଚୈତନ୍ୟ

ନାମ ପ୍ରେମେ ହେଲେ ଭୋଳ,

ପଞ୍ଚ ସଖା ଗୋଷ୍ଠି 

ହୋଇଣ ଏକାଠି

କରିଲେ ନାମ ପ୍ରଚାର ରେ ମନୁଆଁ.... l

ଭକ୍ତ ସାଲବେଗ

କଵିର ନାନକ

ନାମ କୁ କରିଲେ ଘର,

ଧ୍ରୁଵ ପ୍ରହଲ୍ଲାଦ

ନାମ ପ୍ରେମୀ ଭକ୍ତ

ଲଭିଲେ ମୁକତି ଦ୍ଵାର ରେ ମନୁଆଁ... l



Rate this content
Log in