STORYMIRROR

Lipsa Acharya

Others

3  

Lipsa Acharya

Others

ନାହିଁ ଆଉ ସେ ସକାଳ

ନାହିଁ ଆଉ ସେ ସକାଳ

1 min
472

ନାହିଁ ଆଉ ସେ ସକାଳ

ତା' ଆତ୍ମୀୟତା ଟା,

ଉଠୁ ନାହିଁ ଆଉ.........

ଥିଲା ଏକ ସମୟ,

ଯେଉଁଥିରେ ପ୍ରତ୍ଯୁଷ ନିମନ୍ତ

ରହିଥିଲା ଅଜବ ପ୍ରେମ।

ଗୋବର ପାଣିର ଭିଜା ମାଟି ବାସ୍ନା,

ଠାକୁର ଘରର ଧୂପର ମହକ ସହିତ,

ଭାତ ହାଣ୍ଡିରୁ ଉଠୁଥିବା ଧୂଆଁ .....

ଗୃହର ପରିବେଶ ସକାଳକୁ ,

ଭଲପାଇବା ପାଇଁ ଯଥେଷ୍ଟ ଥିଲା ।

ଆଳୟ ବାହାର କଥା କଣ କହିବି????

ସେତ ମୋ ବର୍ଣ୍ଣନାର ଶବ୍ଦ ବାହାରେ ......

ସିନ୍ଦୁର ଫଟା ଉଦିତ ଭାନୁ,

ପାଲଟଣା ଡଙ୍ଗାର ସମୁଦ୍ର ବକ୍ଷକୁ ଯାତ୍ରା,

ମନ୍ଦିରର ଘଣ୍ଟ ,ଶଙ୍ଖର ମଧୁପ ଆଳତି.....

ଏସବୁ ସାକାରାତ୍ମକ ଉର୍ଜା ,

ସୃଷ୍ଟି କରୁଥିଲା ମୋ ମନରେ ।

ଆଜି ନାହିଁ ଆଉ .....

ଦେଖିବାର, ଜାଣିବାର,ଚିହ୍ନିବାର

ଅହେତୁକ ଅଜଣା ପ୍ରେମ ସକାଳକୁ ନେଇ ।।

ଆଧୁନିକତାର ଜୀବନଶୈଳୀ ଭିତରେ,

କେବେ ଠାରୁ ହଜିଗଲାଣି,

ମୋ ସକାଳକୁ ଦେଖିବାର ପ୍ରେମ ।

ଏବେ ସେ ସକାଳ ସ୍ମୃତିପଟେ ,

ସାଇତି ରଖିଥିବା ପିଲାଦିନର କଥା ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍