ନାଗରିକ
ନାଗରିକ
1 min
237
ହେ ସମାଜ,
ଉଙ୍କି ମାରି ଚାହାଁ ଥରେ
ମୋ ମାଆର ଅନ୍ତରେ
ନିଶ୍ଚେ ଦେଖିବୁ ତୁ ରହ
ହୃଦୟ ବିଦାରକ
କୋହଭରା ଆର୍ତ୍ତନାଦ
କୁହୁଡି ଆବୃତ୍ତ ଝଙ୍କାର ।
ଟିକେ ନିରେଖି ଦେଖ୍
ସୁଧା ଝରେ ତାର
ନିର୍ମଳ ଜଳରାଶିରେ ।
ତାକୁ ପାନ କରି
ଲଭିଲୁ ଦିବ୍ୟ ଜ୍ଞାନ
ହୃଷ୍ଟପୃଷ୍ଟ ହୋଇ
ହେଲୁ ଆୟୁଷ୍ମାନ
ମନଭରି ଖାଇ ଖାଇ
ତା ଵାସୁମତୀ ଅନ୍ନ ।
ଅନ୍ୟ ପାଇଁ ଆଜି ସେ
ଗ୍ରହଣର ପ୍ରାୟେ
ପ୍ରତିକାର ଲାଗି ଆଜି
ଖୋଜି ବୁଲୁଛି ଉପାୟ
ବୁଦ୍ଧି ବଳର ତୋର
କରି ବ୍ୟବହାର
ଗଢି ତୋଳ ସୁସ୍ଥ
ଚଳପ୍ରଚଳ ନଗର ।
ସତେ କି ଯାଉଛୁ ଭୁଲି
କର୍ତ୍ତବ୍ୟ କୁ ତୋର
ତା ପାଇଁ ଜନ୍ମିଛୁ
ଅଂଶଟିଏ ହୋଇ
ତା ଜନତାର ।।
