ମୂଷା ଓ ଗଣେଷପୂଜା
ମୂଷା ଓ ଗଣେଷପୂଜା
2 mins
9
ଥରେ ସହରୀ ମୂଷା ଗାଁକୁ ବୁଲି ଆସିଥିଲା.ଗାଁ ମୂଷା ସହରୀ ମୂଷାକୁ କହିଲା-ଭାଇ, ଏଇଠି ଯେତେ ଦିନ ଇଚ୍ଛା ରହ, ତୁମକୁ ଏ ଜୀବନ ବହୁତ ଭଲ ଲାଗିବ.ତା' ପରେ ଗାଁ ମୂଷା ସହରୀ ମୂଷାର ଯତ୍ନ ନେଲା. ସେ ଖାଇବ ବୋଲି ବଢିଆ ଚିନାବାଦାମ ଆଣି ଗଦେଇ ଦେଲା. ହେଲେ ସହରୀ ମୂଷା ଭାଇର ମନ ମାନିଲା ନାହିଁ. ସେ କହିଲା- ଭାଇ, ଏଠି ପୋଷଉ ନାହିଁ.ଚାଲ ସହରକୁ ଯିବା. ସେଠି ଦେଖିବ କେମିତି ଆଡ୍ଡା ଚଉଡାରେ ଚଳିବା.
ତା' ପରେ ଦୁହେଁ ସହରକୁ ଚାଲିଲେ. ସହରୀ ମୂଷା ଗୋଟିଏ ବିରାଟ ଘରେ ଖଞ୍ଜ କରି ରହୁଥିଲା.ଗାଁ ମୂଷା କିନ୍ତୁ ଏମିତି ଘର ଦେଖି ନ ଥିଲା.ସେ କାବା ହୋଇଗଲା. ସହରୀ ମୂଷା ଛାତି ଫୁଲାଇ କହିଲା-ଏଟା ମୋ ଘର.ଏବେ ମୋ ପଛେ ପଛେ ଆସ. ତା' ପରେ ଦୁହେଁ କେତେ ଗଳା ବାଟ ଦେଇ ଶେଷରେ ଡାଇନିଂ ହଲରେ ପହଞ୍ଚିଲେ. ସେଠି ଟେବୁଲ ଉପରେ ଭଳିକି ଭଳି ଖାଇବା ସଜଡା ହୋଇ ରହିଥିଲା.ଗାଁ ମୂଷା ଆଖି ଖୋସି ହୋଇଗଲା. ତା' ପରେ ଦୁଇ ମୂଷା ଖାଦ୍ଯ ଉପରେ କୁଦି ପଡିଲେ । ସେମାନେ ଅଳ୍ପ କିଛି ଖାଇଛନ୍ତି କି ନାହିଁ କବାଟ ଖୋଲିବାର ଶବ୍ଦ ହେଲା. ସହରୀ ମୂଷା ଚିତ୍କାର କଲା ଭାଗ୍ ଭାଗ. ଦୁହେଁ ଦଉଡିଲେ.ସହରୀ ମୂଷା କାନ୍ଥର ଗୋଟିଏ ଗାତରେ ପଶିଗଲା ଏବଂ ଗାଁ ମୂଷା ବିକଳ ହୋଇ କାର୍ପେଟ ତଳେ ଲୁଚିଗଲା.ଜଣେ ଲୋକ କବାଟ ଖୋଲି ଆସିଲା ଏବଂ ଖାଦ୍ୟ ରଖା ହୋଇଥିବା ସ୍ଥାନକୁ ଟିକିଏ ଚାହିଁଲା ଏବଂ ତା' ପରେ ମୂଷାକୁ ଖୋଜିବାକୁ ଲାଗିଲା.ଗାଁ ମୂଷା କୌଣସି ମତେ ନିଃଶ୍ବାସ ବନ୍ଦ କରି ଲୁଚି ରହିଲା. କିଛି ସମୟ ପରେ ଲୋକଟି ଫେରିଗଲା.
ତା' ପରେ ସହରୀ ମୂଷା ତା' ଗାତରୁ ବାହାରି ଆସି ଗାଁ ମୂଷାକୁ କହିଲା- ଏବେ ଚାଲ କେକ୍ ଖାଇବା. ଗାଁ ମୂଷା କହିଲା- ଭାଇ ଜୁହାର.ମୁଁ ଗାଁକୁ ଚାଲିଲି.ଏଠି ଯେମିତି ସେମିତି ଡରିମରି ଚଳି ହେବ ନାହିଁ. ଗାଁ ମୂଷା କିନ୍ତୁ ଜୋର କରି ସହରୀ ମୂଷା ଭାଇକୁ ଗାଁରେ ଥିବା ଜଣେ ଚାଷୀଭାଇ ଘରକୁ ନେଲା. ସେଠି ମନଭରି ଦୁହେଁ ଧାନ, ଚାଉଳ, ବିରି, କୋଳଥ ଖାଇ ରହିଲେ. ଦିନେ କିନ୍ତୁ ଚାଷୀଙ୍କ ମାଆ ସେ ଦୁହିଁଙ୍କୁ ଦେଖି ଚିତ୍କାର କଲେ ଓ ସେମାନଙ୍କୁ ମାରିବା ପାଇଁ ମୂଷମରା ଔଷଧ ଆଣି ଲୁଚାଇ ରଖିଲେ. ରାତିରେ ଖାଦ୍ୟରେ ବିଷ ମିଶାଇ ମୂଷା ମାରିବାକୁ ଯାଇ ଦେଖିଲେ ଔଷଧ ପୁଡିଆ ନାହିଁ. ନାତି ମୁନା ହସୁଥିଲା ଖିଲି ଖିଲି. କହୁଥିଲା ମୂଷା ଗଣେଷଙ୍କ ବାହାନ. ତାଙ୍କୁ ମାରିବା ଅନୁଚିତ. ଆଉ ସେମାନେ ଯୋଉ ଖାଦ୍ୟ ଶଶ୍ୟ ନଷ୍ଟ କରୁଛନ୍ତି!ମୁନା କହିଲା ସେମାନେ ବି ବଞ୍ଚିବେ ନା, କେତେ ଏମିତି ଖାଇବେ ଯେ ସରିଯିବ. ଏଥର ସହରୀ ମୂଷା ଗାଁ ମୂଷା କାନରେ କହୁଥିଲା ସତରେ ଗାଁ ଲୋକ କେତେ ଭଲ!ଗାଁ ଲୋକ ନୁହଁନ୍ତି ଭାଇ ଗାଁ ପିଲାମାନେ କୁହ. ସେମାନଙ୍କର ବିଶ୍ୱାସ ମୂଷା ଗଣେଷଙ୍କ ବାହାନ ତେଣୁ ଗଣେଷଙ୍କ ସହିତ ମୂଷାଙ୍କୁ ଲଡ଼ୁ ଦେଇ ତାଙ୍କୁ ପୂଜାକରନ୍ତି. ଆମେ ତୁଷ୍ଟ ହେଲେ ଗଣେଷ ପ୍ରଭୁ ଆଉ ରୁଷ୍ଟ ନହୋଇ ସିଦ୍ଧି, ରିଦ୍ଧି ଓ ଵୁଦ୍ଧି ଦେଲେ ବିଦ୍ୟା ଆପେ ଆପେ ଆସିଯିବ ବୋଲି ଗାଁ ଗୋଟାକ ପିଲାଙ୍କର ବିଶ୍ୱାସ. ଏଥର ଦୁଇ ମୂଷା ଖୁସି ହୋଇ ଏବର୍ଷ ଗଣେଷ ପୂଜା ଦେଖିବାକୁ ଗାଁରେ ରହି ମଜ୍ଜା ମାରୁଥିଲେ. ପୁଷି ବେକରେ ଲାଗିଥିବା ଘାଗୁଡ଼ି ଶବ୍ଦରେ ଗାତରେ ଲୁଚି ଯାଉଥିଲେ.
