STORYMIRROR

Priyabrata Mohanty

Children Stories Inspirational

4  

Priyabrata Mohanty

Children Stories Inspirational

ମୂର୍ତ୍ୟୁର କୋଳେ

ମୂର୍ତ୍ୟୁର କୋଳେ

1 min
239

ଆସିଥିଲୁ କାନ୍ଦି      ଯିବୁ ଯେ କନ୍ଦେଇ

ହୋଇବ ସବୁ ସାତପର,

ମୃତ୍ୟୁର ଚାଦର    ଘୋଡ଼ି ହେଲେ ଥରେ

ଜୀବ ପାଲଟିବ ମୁର୍ଦାର ।୧।


ଛାଡିଯିବୁ ସବୁ       ଧନ ରତନ ଯେ

ଶୁଣିବୁ ନାହିଁ କଣ୍ଠସ୍ଵର,

ଭାଙ୍ଗିଯିବ ତୋର     ସବୁ ଅହଂକାର

ମାଟିରେ ମିଶିଲେ ଶରୀର ।୨।


ଲୋଭରେ ଗ୍ରାସିତ     ମାୟାରେ ଜଡ଼ିତ

ହୋଇଛୁ କେତେ ସ୍ଵାର୍ଥପର,

ପିଲା ଛୁଆଁ ପତ୍ନୀ    ପ୍ରେମରେ ତୁ ବାଇ

ଝୁରୁ ଖାଲି ମୋ ପରିବାର ।୩।


ବୃଥାହୀନ ଏଠି       ତୋର ସବୁ ବଳ

ସମୟ ନିଏ ଧରି ବାଳ,

ଶୋଇବାକୁ ହେବ    ମରଣର କୋଳେ

ଭୋଗିବୁ ସବୁ କର୍ମ ଫଳ ।୪।


ନିଷ୍ପ୍ରଭ ହୋଇବେ       ଅଷ୍ଟ ଐସୁର୍ୟ୍ଯ 

ଝଡ଼ିବ କାମନା ପୁଷ୍ପ,

କ୍ଷମତା ଦକ୍ଷତା     ପୌରୁଷର ଆଭା

ନିମିଷକେ ହେବେ ବାଷ୍ପ ।୫।


ଦକ୍ଷିଣ ହସ୍ତର       କରମର ଭାର

ନିଏ କି ଏଠି ବାମ କର,

ପ୍ରାରବ୍ଧର ଋଣ       ସୁଝିବା ଯାଏ ତୁ

ରହିଥିବୁ ଏହି ନର୍କର ।୬।


ଜନମର ଅର୍ଥ       ମୃତ୍ୟୁ ସୁନିଶ୍ଚିତ

କାହିଁକି ପ୍ରାଣେ ଏତେ ଡର,

ସୀମିତ ଦିନର       ଜୀବନ ଆମର

କର୍ମ କରିବା ତର ତର ।୭।


ଭଲ ସାଥେ ଭଲ     ହୋଇଲେ ଗୁଣନ

ବିପର୍ଯ୍ୟୟ ହୋଇବେ ଭାଗ,

ସଂସାର ଅଟଇ       ଗଣିତର ବହି

ଚାଲୁଥାଏ ଯୋଗ ବିୟୋଗ ।୮।


ଶରୀର ନଶ୍ଵର       ପ୍ରାଣ ପା ଅଜର

ରହେ ସଦା ସେଯେ ଅମର,

ପୁନର୍ ଜନ୍ମର       ବିଶ୍ୱାସ ଆମର

ଭଜିବା ସଦା ହରିହର ।୯।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍