STORYMIRROR

Sudipta Behera

Others

4  

Sudipta Behera

Others

ମୂଢ ମାନବ

ମୂଢ ମାନବ

1 min
23.5K

ଆରେ ଏ ମାନବ ଜାତି

ତୁମେ ବିଜ୍ଞ ଗୁଣି ଜ୍ଞାନୀ

ଆଉ ବିବେକୀ ବି

ତୁମର କ୍ଷୁଦ୍ର ମସ୍ତିଷ୍କ

ଦିଗ଼୍ଙବିଜୟ କରିପାରେ

ସମଗ୍ର ବିଶ୍ଵ

ଲଂଘି ପାରେ ପାରାବାର

ଆଉ ଅଭେଦ୍ୟ ଗିରି ଗୁହା

ନିମିଷକ ଧ୍ଵଂସ କରିପାରେ

ସମଗ୍ର ସୌର ଜଗତ

ବୁଧ ଶୁକ୍ର ପୃଥିବୀ ମଙ୍ଗଳ

ବୃହସ୍ପତି ଶନି.....

ଜାଣିଛି ଦୁନିଆ

ତୁମେ ବୀର ପୁଙ୍ଗଵ

ବୀରଙ୍ଗନା ଗର୍ଭ ରୁ ଜାତ

ଯୋଦ୍ଧା ରଥି ମହାରଥୀ

କିନ୍ତୁ...

ଥରେ ଚାହଁ

ନିଜ ପାଦ ତଳ ର

ମାଟି ମା କୁ

ବିବର୍ଣ୍ଣ ବିଧ୍ୱଂସ

କ୍ଷତାକ୍ତ ଶରୀର

ମେଞ୍ଚେ ମେଞ୍ଚେ

ଛାତିର କୋହ

ଲୁହ ଭିଜା ଆଖି 

ଆଉ ବୁକୁ ଫଟା

ନିରବ ଚିତ୍କାର

ତୁମେ କଣ ଶୁଣି ପାରୁନ

ଦେଖି ପାରୁନ ତାର ମୁହଁ

ପଢି ପାରୁନ ତା 

ନିଶବ୍ଦ ଓଠର ଭାଷା କୁ

ଏଥି ପାଇଁ ଦାୟୀ.....??

ନିଜକୁ ପଚାର

ବୀର ପ୍ରସବିନୀ ମା

ଆଜି ଧୂଳି ଧୂସରିତ

ବିବର୍ଣ୍ଣ ବିଦୀର୍ଣ୍ଣ ଚେହେରା

ସବୁଜ ସୌନ୍ଦର୍ଯ୍ୟ

ହୋଇଛି ଶ୍ରୀହୀନ

ଶ୍ରୀମୁଖ ଆଜି

ପଡିଛି ମଳିନ

ରେ ମୂଢ ମାନବ

ପାଦ ତଳ ମାଟି ବିନା

କେମିତି ହେବ ତୁମ ଜୀବନ

ଭାବି ଦେଖ.. ଚିନ୍ତା କରି

ବୃଥା ଗର୍ବ.. ଧିକ ବଡ ପଣ

ଧରା କୁ ସରା ନ ମଣ I


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍