STORYMIRROR

kahnu charan sahu

Others

3  

kahnu charan sahu

Others

ମୁଠାଏ ବିଶ୍ୱାସ

ମୁଠାଏ ବିଶ୍ୱାସ

1 min
196


ମୁଠାଏ ବିଶ୍ୱାସକୁ ଜାବୁଡି ଧରି 

ଛାତିରେ ଲଗାଏ ବୋଲି

ବିଧାଏ ମାର ପିଠିରେ;

ମନେରଖେ ତମ ସୁଖ ଦୁଃଖ ବୋଲି

ଭୁଲିଯାଅ ତମେ ସହଜରେ ।


ତମ ଆଉ ମୋ ପରିଚୟ

ଏ ଜୀବନ୍ ଜୀଇଁଥିଲା ଯାଏଁ,

କାହିଁକି କେଜାଣି ଶାଶ୍ୱତ ପ୍ରେମ ନାଆଁରେ

ମୁଁ ପ୍ରତିଥର ବଦନାମ ହୁଏ ।


ମୁଁ ସେହି ପାଗଳ ପ୍ରେମୀ

ପଦେ କଥାରେ ଈଶ୍ୱରୀ ମଣୁଥିଲି,

ନା ମାନୁଥିଲି ବାପା ମାଆ କଥା

ନା ବୁଝି ପାରୁଥିଲି ତାଙ୍କ ଛାତିଥରା ବ୍ୟଥା,

ଯୁଗ ଯୁଗ ତମର ଦୁଃଖ ମୋର୍ କରିବାକୁ

ଯାଉଥିଲି ମନ୍ଦିର

କିନ୍ତୁ ତମେ ବୋଳିଲ କଳଙ୍କ

ମୁଁ ଖୋଜୁଛି ନୂଆ ପୁନେଇଁଚାନ୍ଦ।


ସହିନେଲି ବୋଲି

ତମେ ବେଲଗାମ ଯୁଝିଚାଲିଲ

ବିଶ୍ୱାସ ହାଣ୍ଡିରେ ବିଷ କଣିକା ବୋଳିଲ ।


କିନ୍ତୁ ଆଜି ମୋ ଫଳ ମୋତେ ମିଳିଛି

ଯେତିକି ଧାଇଁଲି ସେତିକି ଖସିଲି

ବଦନାମ ଗଳିର ବେଲଜ୍ୟା ପ୍ରେମିକ ହେଇ

ପୋଡ଼ା ରୁଟିରେ ଭାଗ୍ୟ ଲେଖିଲି!

ଜାଣିଚ ! ଏ ସବୁ କାହା ପାଇଁ ?

ବିଶ୍ୱାସ କରୁଥିବା ସେ ବେଇମାନୀ ନାୟିକା ପାଇଁ ।।



( ଜୀବନରୁ ଅଧିକା ଭଲ ପାଉଥିବା ଜଣେ ପ୍ରେମିକର କାହାଣୀକୁ ନେଇ)




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍