ମୁଠାଏ ବିଶ୍ୱାସ
ମୁଠାଏ ବିଶ୍ୱାସ
ମୁଠାଏ ବିଶ୍ୱାସକୁ ଜାବୁଡି ଧରି
ଛାତିରେ ଲଗାଏ ବୋଲି
ବିଧାଏ ମାର ପିଠିରେ;
ମନେରଖେ ତମ ସୁଖ ଦୁଃଖ ବୋଲି
ଭୁଲିଯାଅ ତମେ ସହଜରେ ।
ତମ ଆଉ ମୋ ପରିଚୟ
ଏ ଜୀବନ୍ ଜୀଇଁଥିଲା ଯାଏଁ,
କାହିଁକି କେଜାଣି ଶାଶ୍ୱତ ପ୍ରେମ ନାଆଁରେ
ମୁଁ ପ୍ରତିଥର ବଦନାମ ହୁଏ ।
ମୁଁ ସେହି ପାଗଳ ପ୍ରେମୀ
ପଦେ କଥାରେ ଈଶ୍ୱରୀ ମଣୁଥିଲି,
ନା ମାନୁଥିଲି ବାପା ମାଆ କଥା
ନା ବୁଝି ପାରୁଥିଲି ତାଙ୍କ ଛାତିଥରା ବ୍ୟଥା,
ଯୁଗ ଯୁଗ ତମର ଦୁଃଖ ମୋର୍ କରିବାକୁ
ଯାଉଥିଲି ମନ୍ଦିର
କିନ୍ତୁ ତମେ ବୋଳିଲ କଳଙ୍କ
ମୁଁ ଖୋଜୁଛି ନୂଆ ପୁନେଇଁଚାନ୍ଦ।
ସହିନେଲି ବୋଲି
ତମେ ବେଲଗାମ ଯୁଝିଚାଲିଲ
ବିଶ୍ୱାସ ହାଣ୍ଡିରେ ବିଷ କଣିକା ବୋଳିଲ ।
କିନ୍ତୁ ଆଜି ମୋ ଫଳ ମୋତେ ମିଳିଛି
ଯେତିକି ଧାଇଁଲି ସେତିକି ଖସିଲି
ବଦନାମ ଗଳିର ବେଲଜ୍ୟା ପ୍ରେମିକ ହେଇ
ପୋଡ଼ା ରୁଟିରେ ଭାଗ୍ୟ ଲେଖିଲି!
ଜାଣିଚ ! ଏ ସବୁ କାହା ପାଇଁ ?
ବିଶ୍ୱାସ କରୁଥିବା ସେ ବେଇମାନୀ ନାୟିକା ପାଇଁ ।।
( ଜୀବନରୁ ଅଧିକା ଭଲ ପାଉଥିବା ଜଣେ ପ୍ରେମିକର କାହାଣୀକୁ ନେଇ)