ମୁଣ୍ଡି ବାନ୍ଧି ବସିଛି ବିଶ୍ଵ
ମୁଣ୍ଡି ବାନ୍ଧି ବସିଛି ବିଶ୍ଵ
ବୈଚିତ୍ର ମୟ ୟେ ବିଶ୍ଵ ବ୍ରହ୍ମାଣ୍ଡ
ବିଚିତ୍ର ସୁନ୍ଦର ଚାରୁକଳା
ଧନ୍ୟ ଧନ୍ୟ ସେହି ସୃଜନକାରି ଯେ
ଅପୂର୍ବ ବିଶ୍ଵ ସୃଜିଦେଲା ।।
ନଦ,ନଦୀ, ହ୍ରଦ, ସାତ ସମୁଦ୍ର ତା
ମଝିରେ ପାହାଡ଼ ପର୍ବତ
ଦୁବ,ଦାରୁ,ଲତା,ଗୁଳ୍ମ,ଶୈବାଳ
ସବୁଜିମା ଚିତ୍ରେ ଚିତ୍ରିତ ।।
ସେଥିରେ ଅନେକ ପୁଷ୍ପ ସମ୍ଭାରେ
ମଧୁ ସଉରଭ ଭରିଲା
କେତେ କେତେ ମିଠା ରସାଳ ଫଳକୁ
ଜତନରେ ଖଞ୍ଜି ଦେଲା ।।
ନର,ବାନର, କିନ୍ନର,ପଶୁ,ପକ୍ଷୀ,
ସରିସୃପ ,କିଟ,ପତଙ୍ଗ
ସରଜି ଧରାକୁ ସୁନ୍ଦର କରିଛି
କେତେ ଯେ ରଙ୍ଗ ବେରଙ୍ଗ ।।
ଗୋଲାକାର ଏହି ସବୁଜ ପୃଥିବୀ
କକ୍ଷପଥେ ନିତି ଘୁରଇ
ଘୂର୍ଣ୍ଣନେ ଆସେ ଦିବା,ସର୍ବରୀ,
ରବି,ଶଶୀ,ଶୂନ୍ୟେ ଉଠଇ ।।
ପକ୍ଷ,ମାସ,ବର୍ଷ, ଷଡରୁତୁ ଏଠି
ଆହାକି ସରାଗେ ବିତଇ
ସୁନ୍ଦର ମୋର ପୃଥିବୀ କୁ ଆଜି
କରୋନା କେମିତି ଗିଳଇ ।।
ତୁଣ୍ଡିବନ୍ଧା ଭାଗ୍ୟ ଆହାକି ବିପଦ
ଆସି କରେ କେତେ ଉତ୍ପାତ
ଚାଇନା ଉତ୍ପତ୍ତି କାଳରାହୁ ସମ
ଧରାରେ ରଚଇ ବିତ୍ପାତ ।।
କରୋନା କରନା ଉତ୍ପାତ ଆଉ
ନକର ରେ ନର ସଂହାର
ବିଚାର କର ହେ ସର୍ଜନା କାରି
ସର୍ବମୟ ବିଶ୍ଵ ଠାକୁର ।।
ନାହିଁ ପରିତ୍ରାଣ କେତେ ଯେ ଜୀବନ
ଅକାଳରେ ଯାଏ ଝରି
ଅବତରି ଆସ ହେ ବିଶ୍ଵ ପୁରୁଷ
ବିପଦରୁ କର ପାରି ।।
ବିଶ୍ଵ ବିପନ୍ନ ହେଲାଣି କରୋନା
କବଳରୁ କର ରକ୍ଷା
ତୁମରି ଦୁଆରେ ମୁହେଁ ତୁଣ୍ଡି ବାନ୍ଧି
ପୃଥିବୀ ମାଗଇ ଭିକ୍ଷା ।।