ମୁଁ ଯଜ୍ଞ ବେଦିରୁ କହୁଛି
ମୁଁ ଯଜ୍ଞ ବେଦିରୁ କହୁଛି
ମର୍ତ୍ତ୍ୟ ଲୀଳା ବୋଲି କୁହ ମୋ ଭକତ ଯଥା ଦେବେ ତଥା ଦେହୀ
ରାମ କ୍ରୁଷ୍ନ ଯହିଁ ଧରାବତାରରେ ମରଣ ଶିରରେ ବହି
ରାମ ଅଯୋଧ୍ୟାରେ ଜନମ ହୋଇଲେ କର୍ମ ଭୂମି ବନସ୍ତରେ
କାହ୍ନା ବାଳଲୀଳା ଗୋପପୁରେ ସାରି ମଥୁରା ଦ୍ୱାରକା ପୁରେ
ରାଣୀ ଶ୍ରୀଗୁଣ୍ଡିଚା଼ ରୂପ ଦେଲେ ମୋର ସ୍ୱଭାବେ ମାତାର ସ୍ଥାନ
ଗୁଣ୍ଡିଚା ମନ୍ଦିର ଜନ୍ମ ବେଦି ମୋର ଶ୍ରୀନଅରେ ଅବସ୍ଥାନ
କଣ୍ଟ ଦେଇଥିଲି ବରଷକେ ଥରେ ଆସିବି ମାତା ପୁରକୁ
ରଜ ଗଲାପରେ ପୋଡ଼ପିଠା କଥା ଘାରିଲା ମୋର ମନକୁ
ସ୍ନାନ ପୂର୍ଣ୍ଣମୀରେ ଜଳ ଲାଗି ଯେବେ ହୋଇଲା ବାଧକି ଜର
ଦଇତା ପତିଂକ ସେବାରେ ଜର ମୋ ହୋଇଗଲା ଛୁ ମନ୍ତର
ଜନନୀଂକ ସ୍ନେହ ଉଚାଟ କରିଲା ଆଷାଢ଼ ଶୁକ୍ଳ ଦୁତୀୟା
ଭାଇ ଭଉଣୀଂକୁ ସଂଗେ ଘେନି ପେଡି଼ ବାନ୍ଧିଲି ନଅ ଦିନିଆ
ତିନି ଦିନ ଗତେ ଭାରିଜା ମୋହର ଆସିଲା ମତେ ନେବାକୁ
ରୋଷରେ କହିଲି ଝିଂଗାସ ବଚନ ଭାଂଗିଲା ରଥ କାଠକୁ
ସହଜେ ଚଂଚଳା ଭାରି ମୁଖରା ସେ ଜଗତ ପାଳେ ଅନ୍ନରେ
ଡରେ ଅଷ୍ଟମୀରୁ ସଜବାଜ ହେଲି ରଥ ଦକ୍ଷିଣ ମୋଡ଼ରେ
ଦଶମୀ ସକାଳୁ ସଅଳ ବାହାରି ପହଂଚିବି ଶ୍ରୀନଅର
ବାଟରେ କରିବି ଏକାଦଶୀ ବ୍ରତ ବେଳୁ ହେବି ଉଜାଗର
ଜଗତ ଜନ ମୋ ଜାଣ ଯେତେ ବଡ଼ ହେଲେ ଭାରିଜା ତୋଷିବ
ଯେତେ ବୁଲ ସଂଧ୍ୟା ଉପନୀତ ହେଲେ ସେଇ ଘରେ ତ ପଶିବ !!
