STORYMIRROR

Banasmita Panda

Others

3  

Banasmita Panda

Others

ମୁଁ ତୁମର କିଏ

ମୁଁ ତୁମର କିଏ

1 min
237


କଣ କିଛି କହିବ 

ନା ଶବ୍ଦହୀନ ଏଥର 

ଵେଶ ସୁନ୍ଦର ରୂପେ 

ଖେଳି ଜାଣ ତୁମେ ଶବ୍ଦ ସହ 

କବି ତୁମେ 

ପ୍ରତିଟି ଥର ଲୁଚାଇ ଦିଅ 

ଶବ୍ଦ ପଛରେ ସତ୍ୟତା 

ମିଛ ଦୁନିଆରେ 

କେବେ ସମ୍ଭବ ନ ହେବା ସ୍ବପ୍ନ ସବୁ 

ତୁମେ ବାନ୍ଧ 

ବାରମ୍ବାର ବାରମ୍ବାର 

ମୁହଁ କଚାଡ଼ି ପଡ଼ 

କିନ୍ତୁ ହାରେନି ତୁମ ଆତ୍ମବିଶ୍ଵାସ 

ତୁମେ ପୁଣି ଧର ସେ କାଗଜ ମୁଠା 

ହାତରେ କଲମ 

ତୁମ ଝୋଲା ସାଙ୍ଗକୁ 

ଆଲୁରା ବାଲୁରା କେଶ

ନିଜ ଏକାନ୍ତ ରାଇଜରେ 

ମଜ୍ଜିଯାଅ ପୁନର୍ବାର !!!


ହସନ୍ତି ଲୋକେ 

କିଏ କୁହେ ପାଗଳର ପ୍ରଳାପ 

କିଏ କହେ ହାରି ଯାଇଥିବା ପ୍ରେମିକ 

କିଏ କୁହେ କୁହୁକ ରାଇଜରେ ବଞ୍ଚୁଥିବା ମଣିଷ 

କେବେ ମିଳେ ଭୁରି ଭୁରି ପ୍ରଶଂସା 

କେବେ କରିନଥିବା ଭୁଲ ପାଇଁ ଦଣ୍ଡ 

ତୁମେ ସବୁ ଆପଣେଇ ନିଅ 

ହସ ହସ ମୁହଁରେ

ଶାନ୍ତ, ସ୍ନିଗ୍ଧ, ଶୀତଳ, ଉଜ୍ୱଳତା ରେ 

ଭରା ଭରା ତୁମ ମୁଖ 

ଆଉ ମୁଁ ଦୂରେ ବସି ସବୁ ଦେଖେ !!!


ଜଳିଯାଏ ମୋ ଅନ୍ତର  

ଇର୍ଷାରେ........... 

କଣ ସଭିଙ୍କ ପାଇଁ "ଏ କବିର ହୃଦୟ "

ତେବେ ମୁଁ କିଏ? 

କଣ ମୋର ସ୍ଥାନ ତୁମ ହୃଦୟରେ? 

କଣ ମୋ ପରିଚୟ ଏ ଆଖି ହଳକରେ? 

ପୁଣି ହସିଦିଅ ତୁମେ 

ଏଥର ହସ ଟିକେ ନିଆରା କାହିଁକି 

କଣ ଲୁଚାଇ ରଖିଛ ଏ ହୃଦୟ ନାମକ 

ଗଭୀର ସମୁଦ୍ର କୋଳରେ !!!


ଚୁପ୍  

ମୁଁ ପୁରା ଚୁପ୍ ହୋଇଯାଏ 

ନୀରବତାର ରୂପ ନେଇଯାଏ 

ଯେବେ ତୁମ ଉତ୍ତର ମୋତେ ମୋ ପରିଚୟ ଦିଏ 

"ତୁମେ ମୋ ସୃଜନ "

"ତୁମେ ଏ କବିର କବିତ୍ଵ "

 ହଁ ତୁମେ 

ତୁମେ ହିଁ ଭରି ଦିଏ ଅୟୁତ ଅୟୁତ ଶବ୍ଦ

ମୋ ହୃଦୟର ଗଭୀରତା ଭିତରେ.....

ନାଚି ଉଠେ ତୁମର ପ୍ରତିମା 

ମୋ ମାନସପଟରେ ପ୍ରତିଟି କ୍ଷଣ 

ଖଞ୍ଜି ଦିଅ ତୁମେ ଗୋଟେ ପରେ ଗୋଟେ ସ୍ୱପ୍ନ 

ଗଢିଦିଅ ଅନେକ ଗଳ୍ପ, କବିତା 

ମୁଁ ବାକ ଶୂନ୍ୟ 

ସ୍ଥିର 

ନିଃଶବ୍ଦ 


କବି ନୁହେଁ ମୁଁ 

ଜାଣିନି ଶବ୍ଦର ଖେଳ 

ଜାଣିନି କଣ କୁହାଯାଏ 

ହୃଦୟ ଭିତର ସେ ଅନୁଭବକୁ 

ତୁମ ସାହିତ୍ୟିକ ଶବ୍ଦରେ 

କିନ୍ତୁ ଆଖିରେ ଥାଏ 

ଦୁଇ ଧାର ଲୁହ ପ୍ରେମର !!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍