STORYMIRROR

Paramita Sarangi

Others

3  

Paramita Sarangi

Others

ମୁଁ ଥିବି ତୁମେ ଥିବ

ମୁଁ ଥିବି ତୁମେ ଥିବ

1 min
13.4K


ମୁଁ ଥିବି

ତୁମେ ଥିବ

ଆଉ ଆମ ଭିତରେ

ବିଛାଡି ହୋଇ ଥିବ

ତାରା ଗୁଡିକ

ରଜନୀଗନ୍ଧାର ମହକ ନେଇ

ମୁଁ ପାଲଟି ଯିବି

ଗୋଟେ ସଫେଦ ପୃଷ୍ଠାରେ

ତୁମେ ଛୁଇଁ ଯିବ

ମୋ ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗକୁ

ଆଙ୍କି ହୋଇଯିବ

ଶବ୍ଦ ଗୋଟିଏ

ଅମାନିଆ ହେଲେ ବି

ରସ ପୂର୍ଣ୍ଣ ।

ଶୂନ୍ୟତାର ଉର୍ଦ୍ଧ୍ବରେ

ଆଦିମ ମାନସିକତା ମୋର

ଜାଗି ଉଠିବ, ତାଣ୍ଡବ ମୁଦ୍ରାରେ

ମୁଁ ଥିବି

ତୁମେ ଥିବ

ଆଉ ଆମ ମଝିରେ

ବିଛାଡି ହୋଇ ଥିବ

ତାରା ଗୁଡିକ।


ପାରମିତା ଷଡ଼ଙ୍ଗୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍