STORYMIRROR

Aruna Kar

Others

2  

Aruna Kar

Others

ମୁଁ ସୃଷ୍ଠି ଟିଏ

ମୁଁ ସୃଷ୍ଠି ଟିଏ

1 min
14.1K



ନୁହେଁ ମୁଁ ଅଲୋଡା

ନୁହେଁ ମୁଁ ଅଖୋଜା

ନୁହେଁ ମୁଁ କେବେ ଘୃଣ୍ୟ

ଜନ୍ମ କରି ମୋତେ

ଫିଙ୍ଗିଲେ ନାଳୀରେ

ଅରଜିବ କେଉଁ ପୁଣ୍ୟ???


କୁହନ୍ତି ସଭିଏଁ ମୋତେ

କନ୍ୟା ରତ୍ନ ବୋଲି

ମୁଁ ସୃଷ୍ଠି, ମୁଁ ମା, ମୁଁ,ଜାୟା

ମୁଁ ଜନନୀ, ଭଗିନୀ

ମୁଁ ସ୍ନେହର ମନ୍ଦାକିନୀ

ମୁଁ ମା ର ଅଲିଅଳି

ବାପାଙ୍କର ସୁନାନାକୀ ଝିଅ...

ମୁଁ ତୁଳସୀ ଚଉରାର ସଂଜବତୀ

ବାସ୍ନାଭରା ସମ୍ପର୍କର

ମହକିତ....ପ୍ରୀତି...

ତଥାପି....

ତଥାପି..... ମୁଁ....

ମୋ ଜୀବନ ସଦା ସଙ୍କଟରେ...।


ମୋ ପାଇଁ ସ୍ରୁଷ୍ଟ ଆଇନ କାନୁନ୍

ସବୁ ଯେମିତି ବନ୍ଧା ପୋଥିରେ

ଅନାଥାଶ୍ରମରେ କୁଆଁ କୁଆଁ

କାନ୍ଦେ....

ନବଜାତ ଶିଶୁ କନ୍ୟା

ନାରୀ ମଙ୍ଗଳ ସମିତି ମଞ୍ଚରେ

ଆଲୋକର ବନ୍ୟା....

ବଡ଼ବଡ଼ିଆଙ୍କ ମୁହଁ ରେ....

ଓଜସ୍ଵିନୀ ବକ୍ତବ୍ୟ.....

'' କନ୍ୟା ସନ୍ତାନ କର ଯତନ''

କିନ୍ତୁ ନିଜ ଘରେ କନ୍ୟା ଜନ୍ମ କରି

ଭୋକରେ ରୁହେ.... ନିରିମାଖି ବୋହୂ....

ଝିଅର ମା......

ନିର୍ଯ୍ୟାତନାର ଶେଷ ହୁଏନା

ଗଞ୍ଜଣାରେ ଭରିଯାଏ

ସୁକୁମାରୀର ଆଞ୍ଜୁଳା...

ପୁଅଟିଏ ଦେଇ ପାରିଲୁନି

ବଂଶ ରକ୍ଷାପାଇଁ....

ତୋର ବା କି ପ୍ରୟୋଜନ ଆଉ...

ଶେଷରେ....

ଛାଡପତ୍ର ଭଳି ବ୍ୟାଧିର ଶୀକାର ହୁଏ

ସ୍ଵପ୍ନମହଲକୁ ସଜେଇ ଥିବା

କୁନି କଣ୍ଢେଇଟି...


ମୁଁ ଅଲୋଡା ନୁହେଁ..

ମୁଁ ଅନୁସୂୟା, ପାର୍ବତୀ, ସାବିତ୍ରୀ, ସୀତା

ମୁଁ ଦୁର୍ବଳା ନୁହେଁ...

ମୁଁ ଦୂର୍ଗା, ମୁଁ କାଳୀ...

ମୁଁ ଝାନ୍ସି ରାଣୀ.. ମୁଁ ପଦ୍ମିନୀ

ମୁଁ ସଂହାର କରିପାରେ

ମୁଁ ବିଧ୍ଵଂସ କରିପାରେ...

ମୁଁ ଦୁର୍ଗତିନାଶିନୀ....


ମୁଁ ଅଖୋଜା ନୁହେଁ

ମୁଁ ମମତାର ନିର୍ଝରିଣୀ

ମୋ ପଣତ ଶ୍ରୀମନ୍ଦିରନେତ

ଅମୃତର ସନ୍ତାନ ମୁଁ ଇଶ୍ୱରଙ୍କର


ମୁଁ ବୀରପ୍ରସବିନୀ...

ମୁଁ ସ୍ରୁଷ୍ଟି କରିପାରେ...

ଭୀଷ୍ମ, ଦ୍ରୋଣ, କର୍ଣ୍ଣ, ଅର୍ଜୁନ,

ଶିକ୍ଷା, ପ୍ରଶାସନ, ରାଜନୀତି

କୂଟନୀତି, ପର୍ବତାରୋହଣ,

ସବୁଠିତ ମୁଁ ଆଗରେ..

ତେବେ???

କାହିଁକି??? କାହିଁକି ମୁଁ???

ପୁତି ଗନ୍ଧମୟ ନାଳିରେ???


ଅରୁଣା କର

ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ

ଭକ୍ତମଧୂନଗର,

ଗଣ୍ଡମୁଣ୍ଡା, ଭୁବନେଶ୍ବର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍