STORYMIRROR

Sasmita Mohapatra

Others

3  

Sasmita Mohapatra

Others

ମୁଁ ସେ ଝିଅ...

ମୁଁ ସେ ଝିଅ...

1 min
845


ଭାରି ଅମାନିଆ। ପୁଣି ଅଝଟିଆ

ଗୋଡକୁ କଚାଡି କାନ୍ଦେ

ଗାଳିଦେଲେ ବୋଉବାପା ପଛେ ଲାଉ

କେହି କୁହନ୍ତିନି ପଦେ(୧)


ମୁଁ ସେ ଝିଅ.....

ନୂଆ ଫ୍ରକ୍ ପାଇଁ ଜିଦି କରୁଥାଇ

ନ ଖାଇ ଉପାସେ ଶୁଏ

କେତେ ଗପ କହି ଦିଅନ୍ତି ବୁଝାଇ

ବାପା ପାଖେ ଗେଲ ହୁଏ(୨)


ମୁଁ ସେ ଝିଅ.....

ଟିକେ ହେଲେ ଉଣା କି ଗଙ୍ଗା ଯମୁନା

ଆଖିରୁ ଯେବେ ମୋ ଛୁଟେ

ପଦେ "ମା"ଡାକରେ ହିମ ଟି ତରଳେ

କୋହ,ଲୁହ ସବୁ ତୁଟେ(୩)


ମୁଁ ସେ ଝିଅ.....

ରାତି ଘଡି ଯାଏଁ ବାପା ବାଟ ଚାହେଁ

ଡେରି ଟିକିଏ ହୋଇଲେ

ମୋ ପାଇଁ ବଢିଆ ମିଠେଇ ପୁଡିଆ

ଲୁଚେଇ ବଢେଇ ଦେଲେ(୪)


ମୁଁ ସେ ଝିଅ......

ବାପା ରାଗିଯାନ୍ତି ମୁହଁ ବି ଫୁଲାନ୍ତି

କାନ୍ଦେ ମୁହିଁ କଇଁ କଇଁ

ସାରା ରାତି ସେହି କଡ ଲେଉଟାଇ

ହେଉଥାନ୍ତି ହାଇଁପାଇଁ(୫)


ମୁଁ ସେ ଝିଅ.....

ରୋଗରେ ପଡିଲେ ତାଙ୍କରି କୋଳରେ ନିଶି କେବେ ଯାଏ ପାହି

କଷ୍ଟ ମୁଁ ପାଏ ପୀଡା ତାଙ୍କୁ ହୁଏ

କି ବାତ୍ସଲ୍ୟ ପ୍ରେମ ସେହି(୬)


ମୁଁ ସେ ଝିଅ......

ଯା"ଅନୁଶାସନ ହୁଏ ବରଦାନ

କେବେ କଠୋର ହୃଦୟ

ସେ ହୃଦ ଭିତର ସୁମନ କୋମଳ

ସୁଧା ସମ ସ୍ନେହମୟ(୭)



ମୁଁ ସେ ଝିଅ....

ମୋ ସ୍ବପ୍ନକୁ ବସି ସଜାଡନ୍ତି ବସି

ନିଜ ସପନ ସଜାଇ

ମୋ ଓଠରେ ହସ ଦେଖି ସେ ହରଷ

ବାପା ହୃଦୟ ଭିଜାଇ(୮)


ସସ୍ମିତା ମହାପାତ୍ର(ଲୀନା)

ଭୁବନେଶ୍ୱର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍