STORYMIRROR

Bijaylaxmi Behera

Others

3  

Bijaylaxmi Behera

Others

'ମୁଁ'ର ମୋକ୍ଷ

'ମୁଁ'ର ମୋକ୍ଷ

1 min
173

ମୁଁ ମୁକୁଳେଇ ନେଲି ନିଜକୁ

ଶାଣିତ ଶବ୍ଦର ଜାଲରୁ

ଅନାବଶ୍ୟକ ଲୋକଙ୍କ କଟୁକ୍ତିରୁ

ସମାଲୋଚନାରୁ

କିଏ ହେଲାଣି କି ଏଇଠି ନିଜର

ନା ଜନ୍ମିତ ସମ୍ପର୍କ ନା ଜନ୍ମ ପରର

କେବେ ଭାବି ବସିଲେ ଵିତୃଷ୍ଣାରେ ଭରିଯାଏ ମନ

ବାଷ୍ପୀଭୂତ ହୁଏ ସକଳ ଶାନ୍ତି ଆପଣାପଣ

ସମୟର ଦୃଷ୍ଟିରୁ ନା ଲୁଚିହୁଏ

ନା ଚୋରାଇହୁଏ କିଛି କ୍ଷଣ

କେବେ କେବେ ତ ଧୋକା ବି ଦେଇଦିଏ ନିଜ ସ୍ପନ୍ଦନ

ବୈରାଗ୍ୟର ବୋଝରେ ଯେବେ ଭାରାକ୍ରାନ୍ତ ହୁଏ ମନ

ଆକାଶ ପୃଥିବୀ ରଙ୍ଗ ଫଗୁଣ

ସବୁ ହୋଇଯାଏ ଅର୍ଥହୀନ

ମୁଁ ମୁକୁଳେଇ ନେଲି ମୋତେ ବୃଥା ଆତୁରତାରୁ

ମୁଁ ମୁଁ ର ପାଗଳ ପଣରୁ

ଜହ୍ନ ରାତିର ମିଠା ସମ୍ମୋହନରୁ

ଶୁଖିଲା ପତ୍ରର ଉଦାସୀନତାରୁ

ଏବେ ତ ମାତ୍ର ଆଉ କେଇ ପାଦ

ଭୋଗିବାକୁ ଶେଷରାତିର ନିଦ

ସେଇ କିଛି ମୁହୂର୍ତ୍ତ ନିଜ ଇଚ୍ଛାରେ

ଖାଲି ନିଜ ପାଇଁ ବଞ୍ଚାଯାଉ

ଯଦି ସମ୍ଭବ 

ଅବଶୋଶର ଦର ଆଉଜା କବାଟ ଖୋଲି 

ଦେଖାଯାଉ ଥରେ

ଆଉ କଣ ହୋଇପାରେ

ଆଉ କଣ ଘଟିପାରେ

ଯଦି ମୁଁ ନିଜକୁ ନ ମୁକୁଳେଇ ନିଏ ଅବାଞ୍ଛିତ ଯନ୍ତ୍ରଣାରୁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍