Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manoj kumar Maharana

Others

3  

Manoj kumar Maharana

Others

ମୁଁ ପୁରୀ କାହିଁକି ଯିବି

ମୁଁ ପୁରୀ କାହିଁକି ଯିବି

1 min
432




ମୋ ମାଆର ପଣତକାନି

ତୋ ନୀଳଚକ୍ର ଧ୍ବଜାଠୁ ବଡ,

ସେ ପଣତେ ଭରି ରହିଛି

ସ୍ନେହ ପ୍ରେମ ସମ୍ପର୍କ ନିବିଡ,,


ଘରେ ଥାଇ ମୋ ଜିଅଁନ୍ତା ଦିଅଁ

କାହିଁ ତୋ' କାଠ ମୁରତିକୁ ପୂଜିବି କହ,

ମୁଁ ପୁରୀ କାହିଁକି ଯିବି...

ମୁଁ ମୋ ମାଆକୁ ପୂଜି ପୂଣ୍ୟ ଅର୍ଜିବି.... (1)


ମାଆ ବୁକୁରୁ ଅମୃତ ପିଇ

ଆଜି ପାଳୁଛୁ ସଂସାର,

ତୋ କୈବଲ୍ୟ ନିର୍ମାଲ୍ୟ କି ତା'ରି

ସମାନ ହୋଇପାରିବ,

ତୋ ଦେଉଳେ ମଥା ଥୋଇ

ଶୋଇଲେ କି' ମିଳେ ଶାନ୍ତି,

ମାଆ କୋଳେ ମଥା ଦେଲେ

ତୁଚ୍ଛ ଲାଗେ ସ୍ୱର୍ଗ ପ୍ରୀତି,


ମୋ ମାଆର ସେବା ନ କରି ମୁଁ

କାହିଁକି ତୋ ସେବା ଦର୍ଶନ କରିବି କହ,


ମୁଁ ପୁରୀ କାହିଁକି ଯିବି...

ମୁଁ ମୋ ମାଆକୁ ପୂଜି ପୂଣ୍ୟ ଅର୍ଜିବି.... (2)..



ତୁ ତ ଗୋଟେ କାଠର ଦିଅଁ

ଭକ୍ତ ଦୁଃଖ କି' ଶୁଣୁଛୁ,

ଭକ୍ତ ମରେ ତୋ ଆଗରେ

ତୁ ଚାହିଁ'କି ରହୁଛୁ.,,

ମାଆ ଏମିତି ତୋ' ପରି କେବେ

ଜମା ହୋଇପାରିବନି,

ମାଆ "ମାଆ" ଡାକେ ସନ୍ତାନର

କେବେ ପାଖ ଛାଡିବନି


ମାଆକୁ ସୁଖେ ନ ରଖି କାହିଁକି ମୁଁ

ତୋ ମନ୍ଦିର ତୋଳିବି ମୂର୍ତ୍ତି କିଣିବି କହ

ମୁଁ ପୁରୀ କାହିଁକି ଯିବି...

ମୁଁ ମୋ ମାଆକୁ ପୂଜି ପୂଣ୍ୟ ଅର୍ଜିବି...(3)



By Manoj Maharana


Rate this content
Log in