STORYMIRROR

Padmalaya Mishra

Others

2  

Padmalaya Mishra

Others

ମୁଁ ପୁଣି ଆସିଛି

ମୁଁ ପୁଣି ଆସିଛି

1 min
13.7K


ମୁଁ ପୁଣି ଆସିଛି

ସାଥେ ନେଇ ପଣାର ଗିଲାସ

ଛତୁଆ ଗିନେ

ଆଶା ଆପଣେଇବ ତମେମାନେ

ମୁଁ ପରା ନିଜର

କାହିଁ କେତେ କାଳୁ ଆସୁଛି

ମୁଣିରେ ସୁଖ ଆନନ୍ଦ ଭରି

ନେଇଯାଉଛି ତୁମଠାରୁ

ଯେତକ ଦୁଃଖ ବିଶାଦ

ଚାହିଁଛି ପ୍ରତିବଦଳେ

ମୁଠାଏ ସ୍ନେହ ଆଞୁଳାଏ ଶ୍ରଦ୍ଧା

ଆଗରୁ ପାଇ ଯାଉଥିଲି

ହେଲେ ଏବେ ମୋ ଭାଗର ଆଦର

ପାଉଛି ଆଉ ଜଣେ

ମୁଁ ଦୁଃଖ କରୁନି ମନ

କିନ୍ତୁ ମନରେ ପ୍ରଶ୍ନ ଉଙ୍କି ମାରେ

ଆପଣାକୁ ଆଡେଇ କେତେଦିନ ଆଉ

ନିଜତ୍ଵ ବଜାୟ ରଖିବ

ବୋଧହୁଏ ମୁଁ ନିରୁଦିଷ୍ଟ ହେବି

ନହେଲେ ଆପଣଙ୍କ ଭିଡରେ ବି

ଅପରିଚିତ ସାଜିବି ।।।

.......ପଦ୍ମାଳୟା


Rate this content
Log in