Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Kadambari Mohakhud

Others tragedy

4.8  

Kadambari Mohakhud

Others tragedy

ମୁଁ ପ୍ରେମ

ମୁଁ ପ୍ରେମ

1 min
299


 

ମୁଁ ପ୍ରେମ..........

ମୁଁ ନିରାଶା....... ନିଃସ୍ତବ୍ଧ....... ନିରବ ଶୂନ୍ୟ ....

 ମୁଁ ଅଭୁଲା ଅତୀତର ସ୍ମୃତି ଭିତରେ 

    ଆଜି ନିସ୍ତେଜ.......

ମୁଁ  ନିରୂପାୟ..... ନିର୍ମମ...... ନିଆରା କ୍ଷତ.....

ଯନ୍ତ୍ରଣାର ଆଘାତରେ ଆଜି ପୀଡିତ ||

ମୁଁ  ଚଲା ପଥରେ

ଅବର୍ଣ୍ଣନୀୟ କାହାଣୀଟିଏ

ନିରବ ରାସ୍ତାର

        ଉଦାହରଣଟିଏ ||

ମୁଁ  ମିଠା ହସର

           ଲୁଣି ଲୁହ ବିନ୍ଦୁ

ସାଇତି ଥିବା ଉପହାରର

           ଅନେକ ସିନ୍ଧୁ ||


ମୁଁ  ବିଷାକ୍ତ ବିଶ୍ୱାସ

ଅବୁଝା  ଅନୁଭବୀ ପରି

ନିରବସ୍ତିତ  ଏକୁଟିଆ

           ରାସ୍ତାଟିଏ  ପରି ||

ମୁଁ ପ୍ରେମ....

ଶାଶ୍ୱତ...... ନିରନ୍ତନୀ..... ଅନୁଭବୀ ....

ଆସେ ଆଉ ଚାଲି ଯାଏ

    ସମୟର ନିର୍ଦ୍ଦିଷ୍ଟ ମାପରେ ||

ମୁଁ ପ୍ରେମ.... 

ଅବୁଝା ମନର

ବୁଝିଲାପରି ଖେଳନାଟିଏ

ବୁଝେଇ ଦିଏ ଆଉ ଭାଙ୍ଗିଯାଏ

       ସୀମିତ ସମୟରେ ||

ମୁଁ ପ୍ରେମ... ..

ଦୁଃଖ ସାଗରର

ଖୁସିର ଲହରୀଟିଏ

ଆଉ ହସର ଲହରୀ ଫେରିଆସେ

ମୋ ହୃଦୟର ଢେଉ ମାଡରେ ||

ମୁଁ ପ୍ରେମ...

ଦିଗନ୍ତ  ଦର୍ଶିକା ସତଟିଏ

କିଏ ଚାହୁଁ ଅବା ନ ଚାହୁଁ

ସ୍ପନ୍ଦନରେ ଥରେ ଛୁଇଁ ଚାଲି ଆସେ

ମୁଁ ପ୍ରେମ.........


Rate this content
Log in