ମୁଁ ପିତା କହୁଛି
ମୁଁ ପିତା କହୁଛି
ଏମିତି କେତେଥର
ଚେଷ୍ଟା କରିଛି ହସିବାକୁ
ପାଶୋରି ଦେବାକୁ ଅତୀତର ଅବଶୋଷ କୁ
କିନ୍ତୁ , ଅବଶୋଷ ଆହୁରି
ସ୍ମୃତି ସଜଳା ଯେତେବେଳେ ,
ସିଏ ଅତୀତ ନୁହେଁ ନିତ୍ଯ ବର୍ତ୍ତମାନ |
ଛାଡ...
ଭାବି କି.ବା ଲାଭ କ'ଣ ?
ବରଂ , ପାଶୋରି ଦେବାକୁ ହିଁ
ଆପଣାଇ ନେବା ଭଲ |
ଏବେ ତ ମୋର ଲୁହର ମୂଲ୍ଯ ବି
ପାଣି ଠୁ କେଇ ଗୁଣା ଶସ୍ତା
ୟଦିଓ ଦିନେ
ମହାର୍ଘ ମୁକ୍ତା ର ସ୍ଥାନ ଅକ୍ତିଆର କରିଥିଲା |
ମନ କହେ ଭୁଲି ଯା'
ଭୁଲି ଯା' ପୂର୍ବ କଥା
ହେଲେ ଗଦ୍ ଗଦେଇ ଉଠେ
ତା' ଆପଣା ଛାଏଁ.....
ମନ ମୋର ଆନ୍ଦୋଳିତ
ସମଗ୍ର ସତ୍ତା କାକୁସ୍ଥ ମୁଦ୍ରାରେ
କେଜାଣି କ'ଣ ଟିଏ
ଘଟିଯିବଟିକି ଏଇ.ଜୀବନ ସାଥେ
ମୋରଏଇ ହୃଦ ଅଗଣାରେ |
ମୋର ବି ଭୁଲ ଟିଏ ଯେ
ତିଷ୍ଠିଛି ସିନା
ସେଇ ଅତୀତ ଠୁ ଦୂରେଇ ଯିବାକୁ
ହେଲେ.ଛାଡ....
ଫୁଟି ଉଠୁଥିବା
ମୋର ଅଭିମାନ ସିନା ଅଣଲେଉଟା
ହେରେ ଏଇ ଅଭିମାନ ବି ତ
ତା' ସୁଖର ଉହାଡରେ
ଫୁଟୁ ଥିବା ଏକ ସଦ୍ଯ ଫୁଲ |
ଦେଖ....
ଅଜାଣତରେ ନୁହୋଁ
ବରଂ , ସମୟର ଉପହାସରେ
ଉଦଗତ ଧୂଳି ଧୂଆଁ ଆଉ ନିଆଁ କୁ
ଜାଣି ଜାଣି ହିଁ ମୁଂଡେଇ ଥିଲି l
ତା' ପାଇଁ ବୋଲି ହିଁ ସେଦିନ
ଧର୍ମ କ୍ଷେତ୍ର କୁରୁ କ୍ଷେତ୍ର ରେ
ଆଖିରେ ଅନ୍ଧ ପୁଟୁଳା ବାନ୍ଧି
ଅଂଧତ୍ବର ମାଦକ ପିଇଥିବା
ମଦ୍ଯପ ମାନଂକର ପକ୍ଷରେ ଥିଲି |
ତଥାପି...
ସେ ହିଁ ତ ମୋର
ଅଙ୍ଗରୁ ଉତ୍ପନ୍ନ ଅପତ୍ଯ ଟିଏ ,
ହୁଏତ ଭାଗ୍ଯ ବିଡମ୍ବନା ହେଉ
ସମୟ ଆସିବ
ଆପେ ଆପେ ବୁଝି ଯିବ ସବୁକଥା
କାରଣ , ମୁଁ ଏକ ପରୀକ୍ଷିତ ପିତା |
