Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Pratihari

Others

2.7  

Sadananda Pratihari

Others

ମୁଁ ଓଡ଼ିଆ

ମୁଁ ଓଡ଼ିଆ

1 min
395


ମୁଁ ଓଡ଼ିଆ ମୋ ମାତୃ ଭାଷା ଓଡ଼ିଆ

ଓଡିଶା ଜନମ ଭୂଇଁ

ପ୍ରଭୁ ଜଗନ୍ନାଥ ଆରାଧ୍ୟ ଠାକୁର

ତାଙ୍କଠୁଁ କେ ବଡ଼ ନାହିଁ l

ଆଗେ ରାଜଧାନୀ ଥିଲା କଟକରେ

ଏବେତ ଭୁବନେଶ୍ୱର

ମନ୍ଦିର ମାଳିନୀ ଏକାମ୍ର ନଗର

ସ୍ମାର୍ଟ ସିଟି ମନୋହର l

ଐତିହ୍ୟ ଭାସ୍କର୍ଯ୍ୟ କଳା ସ୍ଥାପତ୍ୟରେ

ରହିଛି ଓଡିଶା ଖ୍ୟାତି

କାରୁକାର୍ଯ୍ୟଭରା କୋଣାର୍କ ମନ୍ଦିର

ଗଢ଼ିଛି ଓଡ଼ିଆ ଜାତି l

ମୋ ପୂର୍ବ ପୁରୁଷ ବୋଇତ ବାଣିଜ୍ୟ

କରୁଥିଲେ ବିଦେଶରେ

ଧନରତ୍ନ କେତେ ବୋହି ଆଣୁଥିଲେ

ଚଳୁଥିଲେ ପ୍ରାଚୁର୍ଯ୍ୟରେ l

କଳିଙ୍ଗ ସମ୍ରାଟ ଐର ଖାରବେଳ

ସୁଦକ୍ଷ ଶାସକ ବୀର

ତାଙ୍କରି ରାଜତ୍ବେ ବିଭବ ସମୃଦ୍ଧି

ଖ୍ୟାତି ଥିଲା କଳିଙ୍ଗର l

ଓଡିଶାର ମାଟି ଅଟେ ଵୀର ମାଟି

ମାଟିର ସଂଗ୍ରାମୀ ଵୀର

ସ୍ୱାଧୀନତା ପାଇଁ ଦେଇ ପ୍ରାଣବଳି

ରହିଲେ ସଦା ଅମର l

ଚଣ୍ଡାଶୋକରୁ ଅଶୋକ ଏଠାରେ

ହୋଇଥିଲେ ଧର୍ମାଶୋକ

ଅହେତୁକ ପ୍ରୀତି ହେତୁ ବ୍ରୁଦ୍ଧିହେଲା

ଆମ ସଂସ୍କୃତି ମହକ l

ଉତ୍କଳ ଗୌରବ ଉତ୍କଳର ମଣି

ମଧୁ ବାବୁ ଗୋପବନ୍ଧୁ

ଜାତିର ନମସ୍ୟ ଜାତିର ଗୌରବ

ଓଡ଼ିଆଙ୍କ ପ୍ରାଣ ବିନ୍ଦୁ l

ନଦୀ ବନ ଗିରୀ ପାହାଡ଼ ଝରଣା

ଖଣି ଖାଦାନରେ ଭରା

ସ୍ବର୍ଣ୍ଣ ପ୍ରସୁ ମୋର ଜନମ ଭୂମିର

ସୌନ୍ଦର୍ଯ୍ୟ ହିଁ ଅପାସୋରା l

ଓଡ଼ିଆ ସଂସ୍କୃତି ଓଡ଼ିଆ ଗୌରବ

ଓଡ଼ିଆର ସ୍ୱାଭିମାନ

କ୍ଷୁର୍ଣ ହେବା ପାଇଁ ନଦେଇ କାହାକୁ

ବଢାଇବା ଜାତି ମାନ l

ସଦାନନ୍ଦ ପ୍ରତିହାରୀ

କଟକ, ଓଡିଶା

Email -snpratihari @gmail.Com

Mob -9937367709



Rate this content
Log in