STORYMIRROR

Kalyani Nanda

Others

3  

Kalyani Nanda

Others

ମୁଁ ଓ ମୋ ଆମ୍ବଗଛ

ମୁଁ ଓ ମୋ ଆମ୍ବଗଛ

1 min
331

ତୁ ସେଇ ଆମ୍ବ ଗଛ,

ଗାଁ ବିଲ କଡେ ଏବେ ବି ଅଛୁ,

ଏବେ ବି ସେମିତି ଏକୁଟିଆ ରହିଛୁ,

ଯେମିତି ମୋ ପିଲାବେଳେ ଥିଲୁ,

ଖାଲି ଯାହା ତୁ ଉପରକୁ ଉଠିଛୁ,

ଆହୁରି ପତ୍ର, ଡାଳରେ ଗହଳିଆ, ବିଶାଳ ହେଇଛୁ ।


ସହରୀକରଣ,ଯାନ୍ତ୍ରିକ ସଭ୍ୟତା ଯୋଗୁଁ,

ତୋ ସାଙ୍ଗ,ସାଥୀ ସଭିଙ୍କୁ ହରାଇଛୁ,

କେତେ ଆମ୍ବ,ନିମ୍ବ,ବରଗଛ ସମସ୍ତଙ୍କୁ ,

ଏ ସ୍ବାର୍ଥୀ ମାନବ ପାଇଁ ହରାଇ ଆଜି ସମ୍ପୂର୍ଣ୍ଣ ଏକା ତୁ ।


ପିଲାଦିନେ ସାଙ୍ଗ ମେଳେ ଟେକା ମାରି ଆମ୍ବ ତୋଳିଛୁ, 

ପ୍ରଚଣ୍ଡ ଖରାବେଳେ ତୋ ଚାରିପାଖେ ଘୁରି ଘୁରି ଖେଳିଛୁ,

ତୋର ସେ ସବୁ ମନେ ଅଛି ନା ସବୁ ଭୁଲି ଯାଇଛୁ ?

ସତରେ ସେ ପିଲାଦିନ ଆଉ ତୁ କେବେ ବି ଭୁଲିନି ମୋ ମନରୁ।


ଆଜି ସେ ଦିନର ସବୁ କଥା ହୁଏତ ମନରେ ସାଇତି ରଖିଛୁ,

ହୁଏତ ଆଉ କିଛି ଦିନ ପରେ ତୋ ସାଥୀଙ୍କ ପରି ତୁ ଏଠି ନ ଥିବୁ,

ତୋ ସାଙ୍ଗସାଥୀ ପରି ତୁ ତୋର ସବୁ ଦେଇ ସୁଦ୍ଧା ଅନ୍ତ ଲଭିବୁ,

 ତୋ ବଦାନ୍ୟତା ଭୁଲିଯାଇ ତୋତେ ନିଃଶେଷ କରିବାକୁ,

ଏ ବେଇମାନ ମଣିଷ ପଛେଇ ଯିବନି ତୋତେ ଆଘାତ କରିବାକୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍