**ମୁଁ ନାରୀ ଟିଏ କହୁଛି**(୫)ଯୌତୁକ
**ମୁଁ ନାରୀ ଟିଏ କହୁଛି**(୫)ଯୌତୁକ
ସାମାନ୍ୟ କେଇଟି ନିର୍ଜୀବ ବସ୍ତୁ ଆଗରେ
ରାସ୍ତା ର ଧୁଳି ଭଳି..
ମୂଲ୍ୟ ହୀନ ହୋଇଯାଏ ଜୀବନ ା
ଦିନୁଁ ଦିନ ବଢିଚାଲେ ଯୌତୁକ ରାକ୍ଷସ ର ଦୌରାତ୍ମ୍ୟ..
ଦେଖୁ,ଦେଖୁ ଗିଳି ଦିଏ...
ରକ୍ତ ମାଂସ ଧାରୀ ଦେହ ଟାକୁ...
ଧଂସ ହୋଇଯାଏ ଖୁସି ର ସଂସାର.. ା
ପିତା ବଦଳ ରେ ପିତା...,
ମାତା ବଦଳରେ ମାତା...
ଠିକଣା ବଦଳ ରେ ଠିକଣା ଟେ ପାଇବାର...
ରଙ୍ଗୀନ ସ୍ବପ୍ନ ମାନେ ଭାସି ଯାଆନ୍ତି...
ଲୁହ ର ନଈ ଟିଏ ହୋଇ... ା
ଅକାଳରେ ମଉଳି ଯାଏ ସୁନ୍ଦର ଫୁଲ ଟି...
ସୁରଭି ତା ମରିଯାଏ ପେଟ୍ରୋଲ ର ଉତ୍କଟ ଗନ୍ଧ ରେ..ା
ବଧୂ ଗ୍ରାସୀ ନିଆଁ ର ଧାସ ରେ....
ସିଝି ଯାଏ ସମାଜ ର ଛାତି...
ବଢିଚାଲେ ହିଂସା, ଲୋଭ ର ତାତି...
ସତରେ..............
କେବେ କଣ ଅନ୍ତ ନାହିଁ...
ଏ ଯୌତୁକ ରାକ୍ଷସ ର...?
ଉପସମ ନାହିଁ ଏ ଭୟଙ୍କର ବ୍ୟାଧି ର...??
*******************************
ଆହ୍ଲାଦିନୀ ପାଣିଗ୍ରାହୀ ଦାଶ
*****"************""""**********
