STORYMIRROR

Alhadini Panigrahi dash

Others

4.8  

Alhadini Panigrahi dash

Others

ମୁଁ ନାରୀ ଟିଏ କହୁଛି(୪)ବଧୂ

ମୁଁ ନାରୀ ଟିଏ କହୁଛି(୪)ବଧୂ

1 min
200


ହୋମ ନିଆଁ ରେ କୁଆଁରୀ ଜୀବନ ର...

ସବୁ ସ୍ବପ୍ନ ଓ ରକ୍ତ ନିଗିଡା ସଂପର୍କ କୁ...

ଆହୁତି ଦେବାପାଇଁ ପାଇଁ ହିଁ ମୋର ଜନ୍ମ...

ଇସ୍...କି କଷ୍ଟ.....!

ସଂପୂର୍ଣ୍ଣ ଅପରିଚିତ ପ୍ରୁଥିବୀ କୁ...

ମାତ୍ର କେଇ ଘଣ୍ଟା ଭିତରେ ନିଜର କରି ନେବାର ସଂକଳ୍ପ.,

ଅନିଚ୍ଛା ସତ୍ତ୍ଵେ ଭୁଲି ବାକୁ ହୁଏ ନିଜର ଠିକଣା..,

ପରିଚିତ ହେବାକୁ ଅନ୍ୟ ଜଣକ ର ଠିକଣାରେ.. ା


ବିଶ୍ବାସ ର ନାଲି ରଙ୍ଗେ ସିନ୍ଥି କୁ ସଜାଇ...

ପ୍ରିତୀ କାଂକ୍ଷିଣୀ ପାଉଁଜି ର ଛନ୍ଦେ ପାଦ ଥାପି ଥାପି..

ଆଗକୁ ବଢିଚାଲେଁ ସ୍ରୋତସ୍ବିନୀ ପରି...

ନିଜର ଦି' କୂଳ କୁ ମମତାର ସବୁଜିମା ରେ ଭରିଦେଇ..

ଭରସା ର ସମୁଦ୍ରରେ ମିଶିଯିବା ପାଇଁ... ା

ତଥାପି......

ପ୍ରିୟତମ ସମୁଦ୍ର କି ବୁଝେ ମୋ ସ୍ବାଭିମାନ...

ଆଉ ମୋ ଆତ୍ମା ର କଷ୍ଟ...ା

ମନ ତଳ ର ବ୍ୟଥା ଗୁଡିକୁ ..

ଫୁଲ ପରି ମୋ ଗଭା ରେ ସଜାଇ ...

ମୁଁ ହୁଏ ମାଧୁରୀ....

କାରଣ...

ମୁଁ ବଧୂ ଟିଏ....ା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍