STORYMIRROR

Dr Simant Kumar Nanda

Others

4  

Dr Simant Kumar Nanda

Others

ମୁଁ ମଲେ

ମୁଁ ମଲେ

1 min
236


ହେ ମୋର ପ୍ରିୟତମ ମୁଁ ଜାଣେ 

ଯାହାସବୁ କରୁଛି ଏହି ବିରାଟ ସୃଷ୍ଟିରେ 

 ମୁଁ ପାଇଁ 

ତଥାପି ରଖିଛ ମୋତେ 

ବଞ୍ଚିବାର ଆଶା ଉଜ୍ଜ୍ୱଳ ଦେଖାଇ 

ତୁମ ପ୍ରେମ ଛଡ଼ା ଏହା କଣ 

ଆଉ କିଛି ହୋଇପାରେ!


ପିତା ନୁହଁ ତୁମେ ବିଶ୍ୱପିତା ସାକ୍ଷାତ ବ୍ରହ୍ମାଣ୍ଡ।

ପୁତ୍ର ବା କଳତ୍ର ନୁହଁ ତୁମ୍ଭେ ବି କାହାର।

ସୂତଭାର୍ଯ୍ୟା କରି ଅଙ୍ଗୀକାର 

ପୁତିଗନ୍ଧ ଯୁକ୍ତ ଏଇ ମନ ମୋର 

ଚିନ୍ତେ ନାହିଁ ତୁମ୍ଭଙ୍କୁ କେଭେଁ ହୃଦରେ ନିଜର ।


ଏଇ ପୃଥିବୀ ରେ ହେଉ ଅବା ଆନ କେଉଁ ପୃଥିବୀରେ 

ଜନମ-ମରଣ ଦେଇ ଯେଉଁ ସ୍ଥାନେ ନେବ ମୋତେ 

ସେଠାରେ ହିଁ ଥିବ ତୁମ୍ଭେ  କେବଳ ତୁମ୍ଭେ ।

ନ ଥିବ ସତ୍ତା ଟିକେ ବୋଲି ମୋର 

ସବୁଥିରୁ ବଞ୍ଚିତ ମୋର ଅଧିକାର।

ମୁଁ ଯେଣୁ ନୁହେଁ ସେହି ବାଞ୍ଛିତ ସନ୍ତାନ ତୁମ୍ଭର।


 ମୁଁ  ମଲେ ପାଇବୁରେ ମୋତେ  

ମନେ ପଡେ ମହାବାକ୍ୟ  ସେଦିନ ଉଦ୍ଧବରେ।

 ମୁଁ ମୋର  ମରୁନାହିଁ ତିଳେ   

କାହୁଁ ବା ପାଇବି ତୁମ୍ଭଙ୍କୁ ମୁଁ ହେଳେ!


ବିନିଦ୍ର ରଜନୀ କୋଳେ ନିବିଡ଼ ଅନ୍ଧ କାରେ 

ସ୍ୱୟଂ କୁ ପ୍ରକାଶ କରି ମୁଁ ନ ପାରେ 

ତୁମ୍ଭଙ୍କୁ ଲଭିବି କେମନ୍ତ ପ୍ରକାରେ।


ମୁଁ ମଲେ ମୋର ଘୁଞ୍ଚିଯିବ ଅବା ଘୋର ଅନ୍ଧକାର ବାରେ 

ଧୌତ ହେବି ଯେବେ ତୁମ୍ଭ କୃପା ବୃଷ୍ଟି ନୀରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍