STORYMIRROR

Sudhanjali Mishra

Others

3  

Sudhanjali Mishra

Others

ମୁଁ କବିଟିଏ

ମୁଁ କବିଟିଏ

1 min
434

ମୁଁ କବିଟିଏ...ମୋତେ ଡାକନା ...

କେବେ ହଜିଯାଏ ଅତୀତ ସ୍ମୃତିରେ

ରଚିଦିଏ ଇତିହାସ

ଶବଦ ପୁଞ୍ଜିରେ ଗଢିପାରେ ସୌଧ

ତିଳେ ନାହିଁ ଅବଶୋଷ ....।

ଆଈ ମା'କାହାଣୀ ପକ୍ଷୀରାଜ ଘୋଡା

ପରୀ ରାଇଜର ରାଣୀ

ଭାସି ଆସୁଥାଏ ଚିନ୍ତା ଚେତନାରେ

ଦେଖାଇ ସୁବାର୍ତ୍ତା ବାଣୀ ...।

କବିର କଳ୍ପନା କବିର ଭାବନା

ମନେ ଉଙ୍କିମାରୁଥାଏ

କଲମ ମୁନରେ ସଜାଇ କବିତା

ଗଳ୍ପରେ ପରଶି ଦିଏ ....।

ସମାଜ ହିତରେ ଗଢା ତା' ଜୀବନ

ସେ ଯେ, ଜନହିତକାରୀ

ଲେଖନୀ ତାହାର ଅଟେ ତଲବାର

ଅନ୍ୟାୟ ବିନାଶକାରୀ ....।




Rate this content
Log in