ମୁଁ ଗରିବଟିଏ
ମୁଁ ଗରିବଟିଏ
ଭଙ୍ଗା ନୁଆଁଣିଆ ଚାଳଘର
ଝାଡିମାଟି ଗୋବରଲିପା କାନ୍ଥ
ଦିନରାତି ତାରା ଜହ୍ନ ସୂର୍ଯ୍ୟଙ୍କ ମେଳେ
ଯେଉଁଠି ଛୁଟେ ଶାଗ ପେଜର ମହ ମହ ବାସ୍ନା
ସେଇ ହେଉଛି ମୋର ସରଗ ।
ମନ ମୋର ଆକାଶଠୁ ଉଦାର
ଛାତି ପୃଥିବୀ ଠାରୁ ସହନଶୀଳ
ନ ଥିଲେ ବି ପାଶେ ଧନଦଉଲତ
ଉଚ୍ଚ ଅଟ୍ଟାଳିକା ନଭଶ୍ଚୁମ୍ଵୀ ପ୍ରାସାଦ
ମନେ ନାହିଁ ତିଳେ କେବେ ସଙ୍କୋଚ ।
ଯେତିକି ଦେଇଛି ମୋତେ ସାଇଁ
ମନ ଉଣା କରିବିବା କାହିଁ
ସକାଳ ସଞ୍ଜେ ମାଟି ସାଥେ ମାଟି ହୋଇ
ଫଳାଉଥିବି ସୁନାର ଫସଲ
ନିଜ ହାଡମାଂସ ସ୍ଵେଦ ନିଗାଡି
ଆଉ କାହାର ସୁଖ ନିଦ ପାଇଁ ।
ଜଗତ ହସିଲେ ହସେ ମୁହିଁ
ଛାତିର କୋହକୁ ଜାବୋଡି
ଗରିବଟିଏ ବୋଲି ହୁଏ ଲୋକହସା
ମାନ ସମ୍ମାନ ନାହିଁ ମୋର ସମାଜେ
ରାଜଗାଦିରେ ନବସିଲି ପଛେ ନାହିଁ
ମାଟି ତଳ ମୋର ସର୍ବଶ୍ରେଷ୍ଠ ଆସନ ।
ଆଜି ଅଛି ଧନ କାଲି ଯେ ନାହିଁ
ଜାଣି ବି ଅଜଣା ସଭିଏଁ କାହିଁ
ଧନର ଅଭାବେ ଅଟଇ ମୁଁ ଗରିବ
ମନ କିନ୍ତୁ ମୋହର ଅଟେ କୁବେର
ଲହୁଲୁହ ପିଇ ପିଇ ସଦା ଚାହିଁଥିବି
ତୁମ ବାଟ ପ୍ରଭୁ ସାରାଦିନ
ଜଗତ ସୁଖେ ଢାଳି ମୋର ପରାଣ ।
