ମୁକ୍ତି
ମୁକ୍ତି
1 min
188
କାହିଁ ପାଇଁ ଆସ କେଉଁଠାରେ ବାସ
ଦେଖି ତୁମ ଭୀମ ରୂପ
ତନୁ ମୋର ଥରେ ମନ ଘର ଧରେ
ହୃଦେ ଭରିଯାଏ କମ୍ପ ।
କାହିଁକି ଏ ରୂପ କିଏ ଦେଲା ଶାପ
ଅଶରୀରି ହେଲ କାହିଁ
ମନେ କେଉଁ ଆଶା ମୁଖେ ନାହିଁ ଭାଷା
ଅଙ୍ଗଭଙ୍ଗୀ ଦିଏ କହି ।
ପାଦ ନାହିଁ ତଳେ କେଉଁ ଶକ୍ତି ବଳେ
ଧାଇଁ ଆସିଅଛ ପାଶେ
ମୋ ପାଶେ କି ଆଶ କାହିଁକି ଏ ବେଶ
ଫେରିବ କେଉଁ ଦିବସେ ।
କିପରି ମୁକତି ଲଭିବ ସୁମତି
ମୋ କାନରେ ଦିଅ କହି
ଛାଡି ମହୀପୁର ଯିବ ସ୍ବର୍ଗପୁର
ସମୟ ଯାଉଛି ବୋହି ।
