STORYMIRROR

Sandhyarani dash

Others

3  

Sandhyarani dash

Others

ମୁକତି ପଥ

ମୁକତି ପଥ

1 min
11.5K

ବଡ଼ ଦାଣ୍ଡ ଧୂଳି ମୁଣ୍ଡେ ଦେଲେ ବୋଳି

ଶୀତଳ ସମୀର ଵୁହେ,

ବଡ଼ ଦାଣ୍ଡେ ପାଦ ପଡିଗଲେ ଥରେ

ଆପେ ତୁମ ନାମ କୁହେ।


ଧାଇଁ ଯାଏ ଯେବେ ଉଲ୍ଲସିତ ତେବେ

ନୟନ ଖୋଜେ ଶ୍ରୀମୁଖ

ଦେଖି ଦେଲେ ଥରେ ମନ ଆତ୍ମା ତୃପ୍ତ

ମିଳି ଯାଏ ସବୁ ସୁଖ।


ଗରୁଡ଼ ସ୍ତମ୍ଭକୁ ଛୁଇଁ ଦେଲେ ଥରେ

ଝରି ଯାଏ ଲୁହ ଲହୁ,

ଗୁଣୁ ଗୁଣୁଁ ହୋଇ ସବୁ ସୁଖ ଦୁଃଖ

ସରାଗରେ ସବୁ କହୁ।


ବାଇଶି ପାହାଚ ଚଢି ଚଢି ଗଲେ

ଜୟ ଜଗନ୍ନାଥ ଡାକି

ଦୁଃଖ ନାଶକ ହେ ଜଗତ କର ତା

ଦୁଇ ହାତ ଦେଉ ଟେକି।


ଦରଶନ ଯେବେ ମିଳିଯାଏ ଥରେ

ଜୀବନ କୃତାର୍ଥ ହୁଏ

ପାପୀ ର ପାପ ତ ନାଶ ହୋଇ ଯାଏ

ଜୀବନ ସଜାଡି ହୁଏ।


ବଡ଼ ଦେଉଳ ର ବାର ହାତ ନେତ

ଫର୍ ଫର୍ ଉଡୁ ଥାଏ

ଜୀବନ କଷଣ ଶେଷ ହୋଇ ଯାଏ

ଆପଲକେ ଚାହିଁ ଥାଏ।


ତୁମ୍ଭ ରି ଚରଣେ ଶରଣ ପଶୁଛୁ

ରକ୍ଷା କର ଚଉ ବାହୁ

ଦୁଃଖ ସୁଖ ସବୁ ଜଣାଉଛୁ ତୋତେ

ମୁକତି ର ପଥ କହୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍