STORYMIRROR

Gitanjali Pujapanda

Others

3  

Gitanjali Pujapanda

Others

ମୁକ୍ତ ପକ୍ଷୀ

ମୁକ୍ତ ପକ୍ଷୀ

1 min
253

ମନ ହୁଏ ଉଡିଯିବାକୁ ହୋଇ ଏକ ମୁକ୍ତ ପକ୍ଷୀ

ସୁନାର ପଞ୍ଜୁରୀକୁ ଭାଙ୍ଗି ।


ସ୍ୱାଧୀନତାର ସ୍ୱାଦକୁ ଉପଭୋଗ କରି

ଆକାଶରେ ଉଡିବାକୁ ଡେଣା ଛାଟି।


ହେଲେ ଚାରି ଆଡ଼େ ଶିକାରୀ ସବୁ ନିଜ 

ଜାଲକୁ ଦେଇଛନ୍ତି ବିଛାଇ।


ରେ ପକ୍ଷୀ ଟିକେ ବେହୁସିଆର ହେଲେ 

ପ୍ରାଣଟିକୁ ଯିବେ ନେଇ ।


ଖଣ୍ଡ ଖଣ୍ଡ କରି ମାଂସ ସବୁ ଯିବେ 

ଖାଇ ଉଡ଼ିବା ସ୍ୱପ୍ନ ସବୁ ଯିବ ଧୂଆଁ ହୋଇ ।


ହେଲେ କରିଥିବୁ ତୁ ଯେବେ ଲକ୍ଷ୍ୟକୁ ନଜର 

ଆକାଶ ଠାରୁ ଲକ୍ଷ୍ୟ ହେବ ବଡ଼ ତୋର।


ଅସାର ବର୍ଷାରେ ନ ଯିବୁ ତୁ ଡରି 

ନିଜ ଗନ୍ତବ୍ୟ ପଥକୁ ଯିବୁ ବାହାରି ।


ହେଲେ ସୁନା ପଞ୍ଜୁରୀ ପକ୍ଷୀଟିଏ କେବେ 

ଯାଇପାରେ ପଞ୍ଜୁରୀକୁ ଛାଡି।


ବର୍ଷ ବର୍ଷ ଧରି ପରାଧୀନ ରହିବା ପରେ ଯଦି ମୁକ୍ତ

ହୁଏ ଭୁଲିଯାଇଥାଏ ସ୍ୱାଧୀନତା ମାନେ ସିଏ।


ମୁକ୍ତ ପକ୍ଷୀ ହୋଇ ଉଡିଯାଇ ପୁଣି ଫେରି 

ଆସେ ସିଏ ପୋଷା ବାନ୍ଧି ରହିଥିବା ସେହି ସୁନା ପଞ୍ଜୁରୀକୁ।  


ଭଲ ଲାଗେ ନାହିଁ ତାକୁ ସ୍ୱାଧୀନତା 

ଭଲ ଲାଗେ ନାହିଁ ତାକୁ ମୁକ୍ତ ଆକାଶ ।


କାରଣ ସେ ପୋଷା ବନିଥିବା ପର କଟା ପକ୍ଷୀଟିଏ 

ପଞ୍ଜୁରୀକୁ ମାନି ନିଏ ଘର ସିଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍