ମୁଖ ତୁଣ୍ଡି
ମୁଖ ତୁଣ୍ଡି

1 min

11K
ଅଣ୍ଡିରା କହୁଛି ତୁଣ୍ଡି ତଳେ ମୋର
ପୁରୁଷତ୍ବ ଲୁଚିଗଲା,
କେଡେ ସୁନ୍ଦର ମୁଁ ରଖିଥିଲି ନିଶ
ଚିକ୍ ଚିକ୍ କରୁଥିଲା ;
ମାଇପର ମନ ଢ଼ିଲା,
ଲିପଷ୍ଟିକ୍ ଆଉ ପାରୁନି ଲଗେଇ
ମୁଖ ତୁଣ୍ଡି କାଳ ହେଲା;
ସହିପାରେ ନାହିଁ ରହିପାରେ ନାହିଁ
ଗାଳି କରେ ରଇଜଳା
କରୋନା ତୁ ରଇଜଳା!
ଯୋଗଣୀଖିଆ ତୋ ବଉଁଶ ବୁଡୁରେ
ମଶାଣିକୁ ବେଗେ ପଳା ।