STORYMIRROR

Sasmita Mohapatra

Others

3  

Sasmita Mohapatra

Others

ମଶାଣି

ମଶାଣି

1 min
322


ମୁହୂର୍ତ୍ତର ଇସାରାରେ

ମିଞ୍ଜି ମିଞ୍ଜ ଜୀବନର ଦୀପ

ମିଳାଇଯାଏ ,ପବନର ନିଃଶ୍ବାସରେ।

ମହାଶୂନ୍ୟରେ ଶେଷଯାତ୍ରା

ମୃଦୁ ଆହ୍ଲାଦେ ଆଉଁଷି ଦିଏ

ମୋହ,ଆତ୍ମାଭିମାନକୁ

ମାତ୍ର, ପଡିରହେ ଶରୀରଟି

ମଣ୍ଡ଼ପର ଫିକା କୋଳାହଳରେ।

ମୁଠାମୁଠା କୋହରେ ସତେବା

ମର୍ତ୍ତ୍ୟଭୂବନ ଦୀର୍ଘଶ୍ବାସ ମାରେ

ମହକି ଉଠେ ତୀବ୍ର ଗନ୍ଧ ଧୂପର।

ମେଞ୍ଚାଏ ଆକର୍ଷଣର ଭଟ୍ଟାରେ

ମର୍ମ୍ମେ ମର୍ମ୍ମେ ଆତ୍ମୀୟ ବାହୁନେ

ମଉନ ଇଲାକାରୁ ଚିଠିଟିଏ ଆସି

ମନ ମରିଯାଏ ଚେତନା,ଚିନ୍ମୟ ମଧ୍ୟ

ମୁକ୍ତି ସେ ବିରାମର ଉଷ୍ମତାରେ ।

ମୃତ୍ୟୁ ଆଲିଙ୍ଗନ ନୀରବ ,ନୀଥର

ମହାଯଜ୍ଞର ଲୁହରୂପି ଘୃତରେ

ମହାପ୍ରୟାଣରେ, ଜଳିଉଠେ

ମଶାଣିରେ ନିର୍ବିକଳ୍ପ କାୟା ।

ମିଶିଯାଏ ପରିଚୟ, ପଡିରହେ

ମୁଠାଏ ପାଉଁଶ

ମରିଯାଏ ,ଆଭିଜାତ୍ୟ

ମେଞ୍ଚେ ଗର୍ବ, ମୁଁ ତ୍ବ ।

ମାଲିକାନାତ୍ବ

ମିଳନ, ମହାଶୂନ୍ୟରେ ନିଲିପ୍ତ ସତ୍ତା

ମଗନ ତିନିମୁଣ୍ଡିଆ ଶେଷଶର୍ଯ୍ୟା ।

ମଥାପୋତି ସ୍ତମ୍ଭିଭୂତ

ମନ୍ସ ଉଚ୍ଚାରଣରେ ବାହୁଡାଯାତ୍ରା

ମୁକୁଳା ମଶାଣି ଗାଉଥାଏ

ମାଟି ବୈକୁଣ୍ଠର କାହାଣୀ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍