ମଶାଣି
ମଶାଣି
1 min
25
ଜୀବନର ଶେଷ ଗପ ଏହିଠାରେ ଶେଷ
ଜଳି କରି ଶରୀର ଯେବେ ହୁଅଇ ପାଉଁଶ।
ସବୁ ମାନ ଅପମାନକୁ ଯେ ପଛରେ ପକାଇ
ସର୍ବେ ଏହିଠାକୁ ନିଶ୍ଚେ ଆସନ୍ତି ପଳାଇ।
ମଶାଣି ଭୂଇଁରେ ଦିନେ ଜଳିବା ତ ଆମ୍ଭେ
କି ପାଇଁ ଏ ଅହଙ୍କାର କରିଥାନ୍ତି ଦମ୍ଭେ।
ନିଜ ପରିବାର ଜନ ହୁଅନ୍ତି ଯେ ପର
ସେତେବେଳେ ମଶାଣି କରିନିଏ ତ ନିଜର।
ଶରୀରରେ ନାହିଁ କିଛି ବୁଝୁନା ତ କେହି
ରଙ୍ଗ, ଢ଼ଙ୍ଗ, ଠାଣି, ମାଣି ହେଉତ ଦେଖେଇ।
ମଶାଣି ପୁଛେନା କେବେ ଧନୀ କି ଗରିବ
ସମସ୍ତଙ୍କୁ ନିଜ ଜାଗେ ଦେଇଥାଏ ଠାବ।
ସମସ୍ତଙ୍କ ପାଇଁ ଲୋଡା ଛଅଫୁଟ ଭୂଇଁ
କେହି ଆଣନ୍ତିନି କିଛି ନିଜ ଘରୁ ବୋହି।
ନିଜ ସ୍ୱାର୍ଥ ପାଇଁ ପରା କେବେବି କାହାକୁ
ହଇରାଣ କରାନା ତୁ ମାନ ଏ କଥାକୁ।
ସମସ୍ତଙ୍କ ଠିକଣା ତ ଶେଷରେ ମଶାଣି
ସେଥିପାଇଁ ସ୍ୱାର୍ଥ ଛାଡ଼ ଏତିକି ମାଗୁଣି।