ମୃତ୍ୟୁର ସେ ଭୟ
ମୃତ୍ୟୁର ସେ ଭୟ
ଜୀବନ ଆଉ ମୃତ୍ୟୁ ର ଦୋଛକି ରାସ୍ତାରେ
ମଣିଷ ଆଜି ଅଣନିଶ୍ୱାସୀ,
କେତେ ଅବା ଯୁଝିବ ସେ ଅବା ଆଉ କେତେ ଦିନ
ଭୟ ର ସେ କୁଟୀର ରେ ବନ୍ଦୀ।
ବାସ୍ତବିକତା ଏବଂ ପରିସ୍ଥିତି ର ନାଗଫାଶ ରେ
ସେ ଏକଦମ୍ ଫସି ଯାଇଛି,
ଅବାନ୍ତର ଭାବନାରେ ସେ ଭୀତତ୍ରସ୍ତ
କାରଣ ମରଣ ଯନ୍ତାରେ ସେ କଏଦି।
ଜୀବନ ର ଗଭୀରତାକୁ ପରଖୁ ପରଖୁ ସେ
ଯେତେବେଳେ ଜୀବନ କୁ ଭଲପାଇ ବସିଛି,
ଠିକ୍ ସେହି ସମୟରେ ଜୀବନ ରେ ଜମର ଆବିର୍ଭାବ
ତାକୁ ଦୁର୍ବଳ ଆଉ ବିବଶ କରିଦେଇଛି।
ମନ ଟାଣ କରି ବେଳେ ବେଳେ କହିଦିଏ
ମରଣ କୁ ବିଲକୁଲ୍ ବି ଡର ନାହିଁ ତା'ର,
ଆଉ ଯେତେବେଳେ ଭାବି ବସେ ସେ ଯଦି ମରିଯାଏ
ତେବେ ଅବସ୍ଥା କ'ଣ ହେବ ପରିବାରର।
ଜୀବନ ଅଛି ମାନେ ଜୀବନ ପ୍ରତି ଥିବା
ଲୋଭ ବି ନିଶ୍ଚିତ ଭାବେ ରହିବ,
ଜୀବନ ଚାଲିଗଲା ପରେ ମଶାଣି ଜୁଇ ରେ
ଲୋଭ ସବୁ ପୋଡିଯାଇ ପାଉଁସ ହୋଇବ।
ପ୍ରତି କ୍ଷଣେ ମ୍ରୃତ୍ୟୁ ଆସି ତା ଉପସ୍ଥିତିର
ହାଜିରା ପକେଇ ଯାଉଛି,
ତା ଆସିବାର କରାଳ ରଡି ରେ
ସଭିଙ୍କର ରକ୍ତ ଶୁଖି ଯାଉଛି।
ଦେହ ମୁହଁ ସବୁ ଝାଳ ରେ ଲଟପଟ
ସତେ ଅବା ଗ୍ରୀଷ୍ମ ର ସେ ପ୍ରଚଣ୍ଡ ତାପ,
ଵସନ୍ତ ର ମଧୁମଳୟ ବି ଆକ୍ରୁଷ୍ଟ କରୁନି ତାକୁ
ଭୋଗ କରୁଛିକି ଆଉ କେଉଁ ଅଭିଶାପ।
ଏହି ଅନିଶ୍ଚିତତା ଭିତରେ ତଥାପି ସେ
ମନକୁ ବୁଝେଇବାରେ ବ୍ୟସ୍ତ,
ଆଉ କ'ଣ ବା କରିପାରିବ ସେ
ଜୀବନ ଜିଇଁବା ଏତେ ନୁହଁଇ ସହଜ।
