STORYMIRROR

Jyotiranjan Acharya

Others

4  

Jyotiranjan Acharya

Others

ମୃତ୍ୟୁର ମରିଚିକା

ମୃତ୍ୟୁର ମରିଚିକା

1 min
23.2K

ନିଜେ ଜଳିବାର ଅଭିନୟ କରି

ତୋତେ ମୁଁ ଜଳାଇ ଦେଲି,

ବିଷାକ୍ତ ଅନଳ ତୋ ଶ୍ବାସରେ ଭରି

ପାଉଁଶ ମୁଠାଏ କଲି।


ମୋତେ ଜାଳିଦେବା ଅହଂକାର ତୋର 

ଥିଲା ମାତ୍ର ଏକ ମାୟା, 

ଧୂମ୍ର କୁଣ୍ଡଳୀର ମିଛ ଛାୟା ତଳେ

ହରାଇଲୁ ସ୍ବର୍ଣ୍ଣ କାୟା।


ମସ୍ତକର ଟେକ ଭୂଲୁଣ୍ଠିତ ହେଲା

ମାନବୀୟ ଗୁଣ ଭୁଲି,

ମସ୍ତିଷ୍କକକୁ ଥରେ ପଚାରି ବୁଝିଲେ

ବୁଝନ୍ତୁ ଜ୍ଞାନ ଅସଲୀ। 


ନିଆଁ ଧୂଆଁ ନିଶା ଛାଡ ଏ ବେଉସା

କେବଳ ଏ ମରିଚିକା, 

ରହିଯାଏ ଆଶ ମିଳଇ ପାଉଁଶ 

ଏ ଖେଳଟି ବଡ ଧୋକା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍