STORYMIRROR

Jyotiranjan Acharya

Others

2  

Jyotiranjan Acharya

Others

ମୃତ୍ୟୁଞ୍ଜୟ ଉବାଚ

ମୃତ୍ୟୁଞ୍ଜୟ ଉବାଚ

1 min
152


ଦିନ ଆସେ ଦିନ ଯାଏ 

ଜହ୍ନ ହସେ ସୂର୍ଯ୍ୟ ଉଏଁ

ଏନ୍ତୁଡିର ମିଠା ନିଆଁ 

ଶ୍ମଶାନର ଦୁଖ ଧୂଆଁ 

ରଜନୀଗନ୍ଧାର ବାସ

ଶେଫାଳୀ ଦୀର୍ଘ ନିଶ୍ବାସ 

ମିଳନର ମଧୁ ଗୀତି

ବିଚ୍ଛେଦ ବିରହ ତାତି

ସମ୍ପର୍କର ସେତୁ ସେହି 

ଧୋକାର ଗଭୀର ନଈ

ଇନ୍ଦ୍ରଧନୁ ସାତ ରଂଗ

ଫଗୁଣର ଧ୍ବଜ ଭଂଗ

ମିଠା ସପନର ରାତି

ସକାଳେ ବାସ୍ତବ ଭୀତି 

ଅଟେ ତ ପାଣି ଫୋଟକା 

ତଥାପି ଆଶାର ନୌକା

କେବେ ଲୁହର ସାଗର 

କେବେ ହସର ଫୁଆର

ପୁନେଇଁ ରାତି ଜୋଛନା

ଅମାବାସ୍ୟା ଘନ ଅମା 

ବୈଶାଖ ଧୂସର ଧରା

ମଳୟ ମଧୁ ପିୟୂଷ

ପାହାନ୍ତି କାକର ଶୋଷ

ଏବେ ଲାଗେ ସବୁ ଅଛି 

ଆର କ୍ଷଣେ ନାହିଁ କିଛି 

ଜୀବନ ଏ ମାନବର

ମୃତ୍ୟୁର ସଙ୍ଗେ ସମର

ଅହରହ ଲଗାତାର 

ମୃତ୍ୟୁର ସଙ୍ଗେ ସମର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍